ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ରେ ନୂତନ ଡାକ୍ତର ଙ୍କ ଯୋଗଦାନ !!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ ଜିଲ୍ଲା ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ରେ ଦୀର୍ଘ ସାତ ବର୍ଷ ଧରି ଡାକ୍ତର ନଥିବା ଯୋଗୁଁ ଲୋକମାନେ ଜରୁରୀ କାଳୀନ ଚିକିତ୍ସା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ନୂଆଗାଁ, କୋରଡ଼ା , ସୋରଡ଼ା, ଉଦୟ ପୁର, ଜାକେଡ଼ା, ମାଇଛେଳି ଆଦି ପଞ୍ଚାୟତର ଲୋକମାନେ ସ୍ୱାସ୍ଥ୍ୟସେବା ପାଇଁ ନିର୍ଭର କରିଥାନ୍ତି । ନୟାଗଡ ମୁଖ୍ୟ ଚିକିତ୍ସାଳୟ ଠାରୁ ୨୨ କିମି ଦୂର ନୂଆଗାଁ ବ୍ଲକ୍ ସଦର ମହକୁମା ଠାରୁ ପ୍ରାୟ ୧ କିମି ଦୂର ୫୭ ନଂ ଜାତୀୟ ରାଜପଥ ପାଶ୍ୱର୍ରେ ଏହି ସ୍ୱାସ୍ଥ୍ୟକେନ୍ଦ୍ର ଅବସ୍ଥିତ ।କୌଣସି ସଡ଼କ ଦୁର୍ଘଟଣା କିମ୍ବା ସ୍ୱାସ୍ଥ୍ୟ ସମ୍ପର୍କିତ ସମସ୍ୟା ସୃଷ୍ଟିହେଲେ ଦୀର୍ଘ ୨୨ କିମି ଦୂର ନୟାଗଡ ମୁଖ୍ୟ ଚିକିତ୍ସାଳୟ କୁ ରୋଗୀମାନେ ଯାଇଥାନ୍ତି । ଯାହାକି ଅଧିକ ଦୁରତ୍ଵ ଯୋଗୁଁ ରାସ୍ତାରେ ରୋଗୀ ମାନଙ୍କ ପ୍ରାଣ ବାୟୁ ଚାଲିଯାଇଥିବା ଜନସାଧାରଣ ରେ ଆଲୋଚନା ହୋଇଛି । ସ୍ୱାସ୍ଥ୍ୟକେନ୍ଦ୍ର ରେ ଡାକ୍ତର ନଥିବା ଯୋଗୁଁ ଲୋକମାନେ ଜରୁରୀ କାଳୀନ ସେବା ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ ।ଏହି ସମସ୍ୟା ନେଇ ଲୋକମାନେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ସମସ୍ୟା ଦୂରୀକରଣ ପାଇଁ ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ପ୍ରତିଶ୍ରୁତି ଦେଇଥିଲେ । ପରିଶେଷରେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଜନସାଧାରଣ ଙ୍କୁ ଦେଇଥିବା ପ୍ରତିଶ୍ରୁତି ପାଳନ କରିଛନ୍ତି ।ଦଶପଲ୍ଲା ବିଧାୟକ ଶ୍ରୀ ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଦୀର୍ଘ ବର୍ଷ ଧରି ଲାଗିରହିଥିବା ଡାକ୍ତର ଅଭାବ ସମସ୍ୟା ଦୂରୀକରଣ ସହ ଡ଼.ସିଦ୍ଧାନ୍ତ କୁମାର ମହାପାତ୍ର ଯୋଗ ଦେଇଛନ୍ତି । ବିଧାୟକ ରମେଶ ଚନ୍ଦ୍ର ବେହେରା ଙ୍କ ପ୍ରଚେଷ୍ଟା ଯୋଗୁଁ ନୂଆଗାଁ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ନୂତନ ଡାକ୍ତର ଯୋଗଦାନ କରିଥିବାରୁ ୬ ଟି ପଞ୍ଚାୟତ ର ଜନସାଧାରଣ ଦଶପଲ୍ଲା ବିଧାୟକ ଙ୍କୁ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି ।

Leave a Reply

Your email address will not be published. Required fields are marked *