ତାଳଚେର ସମାଜସେବୀ ପରିବାର ତରଫରୁ ସମାଜ ମଙ୍ଗଳ ହୁଣ୍ଡି ପ୍ରତିଷ୍ଠା !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ତାଳଚେର ସମାଜସେବୀ ପରିବାର ତରଫରୁ ସମାଜ ମଙ୍ଗଳ ହୁଣ୍ଡି ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି . ହୁଣ୍ଡି ପ୍ରତିଷ୍ଠାର ମୂଳ ଲକ୍ଷ ହେଉଛି କର୍କଟ ରୋଗରେ ପୀଡିତ ଗରିବ ଅସହାୟ ରୋଗୀଙ୍କ ଚିକିତ୍ସା ନିମନ୍ତେ ଆର୍ଥିକ ସହଯୋଗ କରିବା । ନିଜର ସକ୍ଷମ ଅନୁସାରେ ଏହି ହୁଣ୍ଡିରେ ଟଙ୍କା ଜମା କରିବା ସହିତ ପ୍ରତ୍ୟେକ ଦିନ ସାହି ବସ୍ତି ଆଉ ଗାଁ ଗାଁ ବୁଲି ଲୋକମାନଙ୍କ ପାଖରେ ହୁଣ୍ଡି ପହଞ୍ଚାଇ ଆର୍ଥିକ ସାହାଯ୍ୟ କରିବା ନିମନ୍ତେ ଅନୁରୋଧ କରିବା ଏହିପରି ଏକ ମହତ ଉଦ୍ଦେଶ୍ୟ ରଖି ଆଜି ପବିତ୍ର ବଦଦିନରେ ତାଳଚେର ସିଦ୍ଧାର୍ଥ ହୋଟେଲ ଠାରେ ତାଳଚେର ସମାଜସେବୀ ପରିବାର ତରଫରୁ ଓଡିଶା ସମାଜସେବୀ ମହାସଂଘ କାର୍ଯ୍ୟକାରୀ ସଭାପତି ବାପି ମହାନ୍ତିଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅନ୍ତର୍ଜାତୀୟ ମାନବାଧିକାର ସଂଗଠନର ରାଜ୍ୟ ସଭାପତି ଶ୍ରୀମତୀ ସସ୍ମିତା ଦାସ, ଚଳଚ୍ଚିତ୍ର ଅଭିନେତା ମିଟୁ ମିଥୁନ, ସମ୍ମାନୀତ ଅତିଥି ଭାବେ ଘରୋଇ ବସ ମାଲିକ ସଙ୍ଘ ରାଜ୍ୟ ଉପ-ସଭାପତି ଶ୍ରୀଯୁକ୍ତ ଶ୍ରୀକାନ୍ତ ପାଣି, ପୂର୍ବତନ ପ୍ରଫେସର ତାଳଚେର ମହାବିଦ୍ୟାଳୟ ଦେବୀ ମିଶ୍ର, ତାଳଚେର ସମାଜସେବୀ ପରିବାର ସମ୍ପାଦକ ରଞ୍ଜିତ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦୀପକ ପ୍ରଧାନ,ପୂର୍ବତନ କାଉଁସିଲର ଜିତେନ୍ଦ୍ର ଦାସ, ବିଶିଷ୍ଟ ସମାଜସେବୀ ବିଭୁତି ସାହୁ ଯୋଗଦେଇ ହୁଣ୍ଡି ପ୍ରତିଷ୍ଠା କରିବା ସହ ସମାଜର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରି ପାରଦର୍ଶିତା ଲାଭ କରିଥିବା ସାମ୍ବାଦିକ ଓ ସମାଜସେବୀ ବ୍ୟକ୍ତି ବିଶେଷ ମାନଙ୍କୁ ସମ୍ମାନୀତ କରିଥିଲେ । ଜିତେନ୍ଦ୍ର ମହାପାତ୍ର ସଭା ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *