କଟକ ( ଆୱାଜ ମିଡ଼ିଆ ) – ଦିଲ୍ଲୀପ ପତି : ପବିତ୍ର ଅଯୋଧ୍ୟା ନଗରୀ ରେ ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କ ଭବ୍ୟମନ୍ଦିର ନିର୍ମାଣାର୍ଥେ ପବିତ୍ର ମକର ସଂକ୍ରାନ୍ତି ଅବସରରେ ସମଗ୍ର ଭାରତ ବର୍ଷରେ ନିଧି ସଂଗ୍ରହ ମହାଅଭିଯାନ ଶୁଭାରମ୍ଭ ହୋଇଅଛି . ଏହି ପରିପ୍ରେକ୍ଷୀରେ କଟକ ସଦର ଉପକଣ୍ଠ ବୟାଳିଶ ମୌଜ଼ାର ଛଅଗୋଟି ପଞ୍ଚାୟତରେ ନିଧି ସଂଗ୍ରହ ଓ ସମ୍ପର୍କ ଅଭିଯାନ ଶୁଭାରମ୍ଭ ହୋଇଅଛି ! ସର୍ବ ପ୍ରଥମେ ବ୍ରହ୍ମପୁର ପଂଚାୟତର ଶ୍ରୀରାମ ଭିମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ସମସ୍ତ ଶ୍ରଦ୍ଧାଳୁ ଗ୍ରାମବାସୀ ଓ ସଂକୀର୍ତ୍ତନ ମଣ୍ଡଳୀ ଵର୍ଗ ନିଧି ସଂଗ୍ରହ କରିଥିବାବେଳେ ସର୍ବ ପ୍ରଥମେ ଗ୍ରାମର ବିଦ୍ୱାନ ପଣ୍ଡିତ ଶ୍ରୀ ଜଗନ୍ନାଥ ଆଚାର୍ଯ୍ୟ ଏକ ହଜାର ମୁଦ୍ରାର ନିଧି ସମର୍ପଣ କରିଥିଲେ ! ଏହି ମହତ ଧାର୍ମିକ କାର୍ଯ୍ୟରେ ରାଜକିଶୋର ଦାଶ,ସତ୍ୟନାରାୟଣ ମିଶ୍ର, ଦୀପକ ଆଚାର୍ଯ୍ୟ, ତାପସ ଆଚାର୍ଯ୍ୟ, ସୁବ୍ରତ ପଣ୍ଡା, ଭବାନୀ ଶଙ୍କର କର, ପୃଥ୍ୱୀରାଜ ପଣ୍ଡା, ଆନନ୍ଦ ବେହେରା, ନିରଂଜନ ଆଚାର୍ଯ୍ୟ, ବଳରାମ ଦୀକ୍ଷିତ, ପ୍ରଶାନ୍ତ ସାହୁ, କରୁଣା ଦାଶ, ଜିତୁନା ଦାଶ, ପ୍ରସନ୍ନ ଗୋଛାୟତ, ଶଙ୍କର ବେହେରା, ଶିବା ଦାଶ, ସ୍ୱାଧୀନ ଦେବତା ପ୍ରମୁଖ ଶ୍ରଦ୍ଧାଳୁ ନିଧି ପ୍ରଦାନ କରିଥିଲେ !
ଶ୍ରୀରାମ ମନ୍ଦିର ନିର୍ମାଣାର୍ଥେ ୪୨ ମୌଜ଼ାରେ ନିଧି ସମର୍ପଣ କାର୍ଯ୍ୟକ୍ରମ ଶୁଭାରମ୍ଭ !

