ବିଶିଷ୍ଟ ବ୍ୟବସାୟୀଙ୍କ ମାତୃ ବିୟୋଗ !!

0
296

କଳାପଥର ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : କଳାପଥର ଗ୍ରାମର ବିଶିଷ୍ଟ ବ୍ୟବସାୟୀ ଭଗବାନ ସାହୁ ଙ୍କର ମାତୃ ବିୟୋଗ ଘଟିଅଛି . ଶନିବାର ରାତିରେ ଭୁବନେଶ୍ୱର ସ୍ଥିତ ବାସଭବନରେ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଧର୍ମ ପରାୟଣା ମହିଳା ବଲ୍ଲି ଦେଇଙ୍କର ପରଲୋକ ଘଟିଅଛି . ଅନ୍ତିମ ଶଯ୍ୟା ନିକଟରେ ପୁଅ ଭଗବାନ ସାହୁ , ବୋହୁ ସଞ୍ଜୁବାଳା ସାହୁ , ଝିଅ ସତ୍ୟଭାମା ସାହୁ , ଜ୍ୱାଇଁ ପ୍ରସନ୍ନ ସାହୁ , ବଡ଼ବୋହୁ ଶାନ୍ତିଲତା ସାହୁ , ମଝିଆ ବୋହୁ ପ୍ରମିଳା ସାହୁ ଏବଂ ସମସ୍ତ ନାତି ନାତୁଣୀ ମାନେ ଉପସ୍ଥିତ ରହିଥିଲେ . ସ୍ୱର୍ଗତା ବଲ୍ଲି ଦେଇଙ୍କର ପାର୍ଥିବ ଶରୀରକୁ ନିଜ ଗ୍ରାମ କଳାପଥରକୁ ଅଣାଯାଇ ଅନ୍ତିମ ସଂସ୍କାର କରା ଯାଇଥିଲା . ସାନପୁଅ ଭଗବାନ ସାହୁ ମୁଖାଗ୍ନି ଦେଇଥିବା ସମୟରେ ଗ୍ରାମର ବହୁ ଲୋକେ ତାଙ୍କ ଶେଷ ଯାତ୍ରାରେ ସାମିଲ ହୋଇଥିଲେ .

LEAVE A REPLY

Please enter your comment!
Please enter your name here