ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟ NCC ଛାତ୍ରଛାତ୍ରୀଙ୍କ ଦ୍ୱାରା ଜାତୀୟ ସ୍ୱଚ୍ଛତା ଦିବସ ପାଳିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଉପଲକ୍ଷେ ସମଗ୍ର ଭାରତ ବର୍ଷରେ ଏହାକୁ ସ୍ୱଚ୍ଛତା ଦିବସ ରୂପେ ପାଳନ କରାଯାଉଛି । ଆଜିର ଦିନରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କର ତିରୋଧାନ ହୋଇଥିଲା । ସେଇ ମହାନ ଜନନାୟକଙ୍କର ତିରୋଧାନ ଦିବସ କୁ ମନେ ରଖିବାପାଇଁ ଏହି ଦିନକୁ ଜାତୀୟ ସ୍ୱଚ୍ଛତା ଦିବସ ରୂପେ ପାଳନ କରାଯିବ ବୋଲି ଭାରତ ସରକାର ଆହ୍ୱାନ ଦେଇଛନ୍ତି । ଆଜିର ଦିନଟି ଢେଙ୍କାନାଳ ସହରର ସ୍ୱୟଂ ଶାସିତ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଏନସିସି କ୍ୟାଡଟ ମାନଙ୍କ ଦ୍ୱାରା କଲେଜ କ୍ୟାମ୍ପସ କୁ ସ୍ୱଛ କରିବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଏନସିସି ଦାୟିତ୍ୱରେ ଥିବା ଅଧ୍ୟାପକ ଦିଲ୍ଲୀପ କୁମାର ମଲ୍ଲିକ ପିଲାମାନଙ୍କୁ ସଠିକ ରୂପେ ମାର୍ଗ ଦର୍ଶନ କରାଇବା ସହ ଜାତିର ପିତା ମହାତ୍ମା ଗାନ୍ଧୀ ଙ୍କ ଜୀବନୀ ସମ୍ବନ୍ଧରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମ ଅବସରରେ ଏକ ବକୃତା ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *