ସମାଜସେବୀ ବାପି ମହାନ୍ତି ସମ୍ବର୍ଦ୍ଧିତ !!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଅଶ୍ୱିନୀ କୁମାର ଦେବତା : କଣିହାଁ ବ୍ଲକ ଅନ୍ତର୍ଗତ ସମଲ ଅଂଚଳର ଅଗ୍ରଣୀ ସାମାଜିକ ସଂଗଠନ ବଜରଙ୍ଗ ସେବା ସମିତିର ବାର୍ଷିକ ଉତ୍ସବ ଅବସରରେ ତାଳଚେରର ସମାଜସେବୀ ବାପି ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଛି . କଣିହାଁ ଏବଂ ତାଳଚେର ଅଞ୍ଚଳରେ ବଜରଙ୍ଗ ସେବା ସମିତି ବିଭିନ୍ନ ଜନହିତକର ସେବା କାର୍ଯ୍ୟ ଜାରି ରଖିଥିବା ସମୟରେ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ପ୍ରତିଭା ମାନଙ୍କୁ ସମ୍ମାନୀତ କରିଛି .

ଅନୁଷ୍ଠାନର ବାର୍ଷିକ ଉତ୍ସବ ପାଳନ ଅବସରରେ ସମାଜସେବା , ସାହିତ୍ୟ ଏବଂ ସାମ୍ବାଦିକତା କ୍ଷେତ୍ରରେ କାର୍ଯ୍ୟ କରୁଥିବା ଅନେକ ପ୍ରତିଭାଙ୍କୁ ଉତ୍ତରୀୟ ମାନପତ୍ର ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଛି . ସୂଚନା ଯୋଗ୍ୟ , ତାଳଚେର ଏବଂ ଏହାର ଆଖପାଖ ଅଞ୍ଚଳରେ ବାପି ମହାନ୍ତି ଦୀର୍ଘ ବର୍ଷ ଧରି ବିଭିନ୍ନ ସାମାଜିକ କାମ ଜାରି ରଖିଛନ୍ତି . ଗରିବ ଅସହାୟ ଲୋକ ମାନଙ୍କୁ ଆବଶ୍ୟକ ସମୟରେ ସାହାଯ୍ୟର ହାତ ବଢାଇଥାନ୍ତି ବାପି ମହାନ୍ତି . ଏପରିକି କର୍କଟ ପୀଡିତ ରୋଗୀମାନଙ୍କୁ ସହାୟତା କରିବା ପାଇଁ ସମାଜ ମଙ୍ଗଳ ହୁଣ୍ଡି ଆରମ୍ଭ କରିଛନ୍ତି .

Leave a Reply

Your email address will not be published. Required fields are marked *