ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତୀୟ ମଜଦୁର ସଂଘ ସହ ଅନୁବନ୍ଧିତ ଅଖିଳ ଭାରତୀୟ ଅଙ୍ଗନତି କର୍ମଚାରୀ ମହାସଂଘର ଆହ୍ୱାନ କ୍ରମେ ଅଲ ଓଡିଶା ଅଙ୍ଗନୱାଡି ଲେଡିଜ୍ ୱାର୍କରସ ଆସୋସିଏସନ , ଗଜପତି ଜିଲ୍ଲା ତରଫରୁ ଗଜପତି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୮ ଦଫା ଓ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ୧୧ ଦଫା ଦାବୀପତ୍ର ପ୍ରଦାନ କରାଯାଇଥିଲା । ଦାବିଗୁଡିକ ମଧ୍ୟରେ – ଅଙ୍ଗନବାଡି ରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସରକାରୀ କର୍ମଚାରୀ ରୂପେ ଘୋଷଣା କରାଯିବା , କାର୍ଯ୍ୟରତ କର୍ମଚାରୀମାନଙ୍କୁ ଯେ ପର୍ଯ୍ୟନ୍ତ ସରକାରୀ କର୍ମକର୍ତ୍ତା ରୂପେ ଘୋଷଣା କରାଯାଇନାହିଁ ଭାରତ ସରକାରଙ୍କ ଦ୍ୱାରା ଘୋଷିତ ସର୍ବନିମ୍ନ ବେତନ କର୍ମୀଙ୍କୁ ୧୮ ହଜାର ଟଙ୍କା ଓ ସହାୟିକାଙ୍କୁ ୯ ହଜାର ଟଙ୍କା ପ୍ରତି ମାସରେ ପ୍ରଦାନ କରାଯିବା , ରାଷ୍ଟ୍ରୀୟ ଶିକ୍ଷାନିତୀ – ୨୦୨୦ ଅନୁଯାୟୀ ଦେଶରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ପ୍ରାଥମିକ ବିଦ୍ୟାଳୟର ମାନ୍ୟତା ଦେବା ସହିତ ସମସ୍ତ କର୍ମୀଙ୍କୁ ପୂର୍ବ ପ୍ରାଥମିକ ଶିକ୍ଷିକା ( ପ୍ରାଇମେରୀ ଟିଚର ) ଓ ସହାୟିକାଙ୍କୁ ପୂର୍ବ ପ୍ରାଥମିକ ସହ ଶିକ୍ଷିକା ( ପ୍ରାଇମେରୀ ଆସିଷ୍ଟାଣ୍ଡ ଟିଚର ) ଭାବେ ମାନ୍ୟତା ପ୍ରଦାନ କରାଯିବା , ଅଙ୍ଗନଡିରେ କାର୍ଯ୍ୟରତ ସମସ୍ତ କର୍ମଚାରୀଙ୍କ ନିମନ୍ତେ ଇ.ପି.ଏଫ୍ ଏବଂ ଇ.ଏସ.ଆଇ ବ୍ୟବସ୍ଥା ଲାଗୁ କରିବା । ଗ୍ରାଚ୍ୟୁଟି ଏବଂ ପେନସନ ଯୋଗଇ ଦିଆଯିବା , ଅଙ୍ଗନତି କର୍ମଚାରୀଙ୍କୁ ସରକାରୀ କର୍ମଚାରୀଙ୍କ ଭଳି ସମସ୍ତ ପ୍ରକାର ବାର୍ଷିକ ଛୁଟି ଯଥା – ଇ.ଏଲ , ସି.ଏଲ , ଓ ମେଡିକାଲ ଲିଭ ପ୍ରଦାନ କରାଯିବା !!!
୨୦୧୪ ମସିହାଠାରୁ ଅଙ୍ଗନବାଡି କେନ୍ଦ୍ର ପରିଚାଳନା ନିମନ୍ତେ ଘରଭଡା ବାବଦରେ ସରକାର ୩ ହଜାର ଟଙ୍କା ଘୋଷଣା କରିଥିବା ଯାହା ଅଦ୍ୟାବଧି ମିଳିନାହିଁ , ଯଥା ଶୀଘ୍ର ପ୍ରଦାନ କରାଯିବା , ଗାଁ କଲ୍ୟାଣ ସମିତିରୁ ଅଙ୍ଗନୱାଡି କର୍ମୀଙ୍କୁ ବାଦ ଦିଆଯାଉ ଏବଂ କର୍ମଚାରୀଙ୍କୁ ଆୟୁଷ୍ଠାନ ଭାରତ ଯୋଜନାରେ ଅନ୍ତର୍ଭୁକ୍ତ କରାଯିବା , ୧୧ ସେପ୍ଟେମ୍ବର ୨୦୧୮ ମସିହାରେ କେନ୍ଦ୍ର ସରକାର ଅଙ୍ଗନୱାଡି କର୍ମଚାରୀଙ୍କ ନିମନ୍ତେ ଘୋଷଣା କରିଥିବା ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ଓ ପ୍ରଧାନମନ୍ତ୍ରୀ ସୁରକ୍ଷା ଯୋଜନା ସମ୍ବନ୍ଧୀୟ ଦୁର୍ଘଟଣା ଜନିତ ମୃତ୍ୟୁ ପାଇଁ ୪ ଲକ୍ଷ ଟଙ୍କା ଓ ସାଧାରଣ ମୃତ୍ୟୁ ପାଇଁ ୨ ଲକ୍ଷ ଟଙ୍କା ବୀମା ଦୁଇଟିକୁ ସମସ୍ତ ରାଜ୍ୟରେ କାର୍ଯ୍ୟକାରୀ କରାଯିବା , ୧୨ ଜାନୁୟାରୀ ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥୁବା ଅବସରକାଳୀନ ସହାୟତା ରାଶି ଅଙ୍ଗନୱାଡି କର୍ମୀଙ୍କୁ ୨୦ ହଜାର ଟଙ୍କା ଏବଂ ସହାୟିକାଙ୍କୁ ୧୦ ହଜାର ଟଙ୍କା ଅଦ୍ୟାବଧି ମିଳିନାହିଁ , ଏହା ଯଥା ଶୀଘ ପ୍ରଦାନ କରାଯିବା !!!
୧୨ ଜାନୁୟାରୀ ୨୦୧୯ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ଅଙ୍ଗନୱାଡି କର୍ମଚାରୀଙ୍କୁ ମାସିକ ୧୫ ଶହ ଟଙ୍କା ବର୍ଦ୍ଧିତ ବେତନ ଏବଂ ୧୫ ଦିନ ଗ୍ରୀଷ୍ମ ଛୁଟି ଅଦ୍ୟାବଧି ୨ ବର୍ଷ ବିତି ଯାଇଥିଲେ ସୁଦ୍ଧା ପ୍ରଦାନ କରାଯାଇନାହିଁ । ଏହା ଯଥା ଶୀଘ୍ର ପ୍ରଦାନ କରାଯିବା , କରୋନା ମହାମାରୀ ସମୟରେ କାର୍ଯ୍ୟରତ ଯେଉଁ କର୍ମଚାରୀମାନେ ମୃତ୍ୟୁବରଣ ରକିଛନ୍ତି ସେମାନଙ୍କୁ ସମସ୍ତ ସରକାରୀ ସହାୟତା ରାଶି ପ୍ରଦାନ କରାଯିବା ଅନ୍ତର୍ଭୁକ୍ତ ଅଟେ । ଉକ୍ତ ଅଲ ଓଡ଼ିଶା ଲେଡିଜ୍ ୱାର୍କରସ ଆସୋସିଏସନ ଜିଲ୍ଲା ସଭାନେତ୍ରୀ ଜ୍ୟୋସ୍ନାରାଣୀ ପାଣିଗ୍ରାହୀ , ସମ୍ପାଦିକା ପୁଷ୍ପାଞ୍ଜଳି ପଣ୍ଡା , କୋଷାଧ୍ୟକ୍ଷ ଅଞ୍ଜଳୀ ନାୟକ , ସଂଯୁକ୍ତା ପଲେଇ ଏବଂ ଭାରତୀୟ ମଜଦୁର ସଂଘର ଜିଲ୍ଲା ସମ୍ପାଦକ ସୁଜିତ ପ୍ରଧାନ , ସଭାପତି ପଦ୍ମ ଚରଣ ମିଶ୍ର , ରାଜେନ୍ଦ୍ର ପଟ୍ଟନାୟକ ଓ ଶିବଶଙ୍କର ଚରଣ ଗୌଡ ପ୍ରମ୍ମୁଖ କାର୍ଯ୍ୟକ୍ରମରେ ନେତୃତ୍ୱ ନେଇଥିଲେ ।