ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ କୋରଡ଼ା ଗ୍ରାମପଞ୍ଚାୟତ କୋରଡ଼ା ଗ୍ରାମରେ 24 ତମ ବିଶ୍ୱଶାନ୍ତି ମହାଯଜ୍ଞ ଉଦଯାପିତ ହୋଇଯାଇଛି | ଆଜିର ଉଦଯାପନ ଦିବସରେ ହଜାର ହଜାର ଭକ୍ତ ଙ୍କର ସମାଗମ ହୋଇଥିଲା | ଆଜିର ଏହି ମହାଯଜ୍ଞ ରେ କୋରଡ଼ା ଗ୍ରାମପଞ୍ଚାୟତ ର ସମାଜସେବୀ ତଥା ପୂର୍ବତନ ସରପଞ୍ଚ ଗୋଲକ ବିହାରୀ ଗୋଛାୟତ, ଗ୍ରାମର ସଭାପତି – ପ୍ରମୋଦ କୁମାର ଦାସ , ସେକ୍ରେଟାରୀ – ଭଗବାନ ପ୍ରଧାନ ଯୋଗ ଦେଇଥିଲେ | କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ କୋରଡ଼ାଗଡ଼ ର ଯୁବ କ୍ଳବ | ସଭାପତି ଗୋଲକ ବିହାରୀ ଗୋଛାୟତ ଙ୍କ ନେତୃତ୍ୱରେ ସହଯୋଗୀ ଅରୁଣ କୁମାର ବାରିକ, ନବକିଶୋର ପ୍ରଧାନ, କୁନା ପ୍ରଧାନ, ଭଗବାନ ପ୍ରଧାନ, ବାପୁନି ଗୋଛାୟତ ଏବଂ କ୍ଳବ ର ସମସ୍ତ ସଦସ୍ୟ ଏହି ବିଶ୍ୱଶାନ୍ତି ମହାଯଜ୍ଞ ଆୟୋଜନରେ ସହଯୋଗ କରିଥିଲେ |

ମହାଯଜ୍ଞ ରେ 32 ଦଳ ସଂକୀର୍ତ୍ତନ ମଣ୍ଡଳୀ ଏବଂ 32 ଦଳ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ | ଏହି ବିଶ୍ୱଶାନ୍ତି ମହାଯଜ୍ଞ ରବିବାର ଦିନ ଠାରୁ ଅଙ୍କୁରା ରୋପଣ, କଳସ ଯାତ୍ରା , ଅଗ୍ନି ସ୍ଥାପନ କରାଯାଇଥିଲା | ପ୍ରତେକ ଦିନ ଆଧ୍ୟାତ୍ମିକ ଭଜନ ସମାରୋହ, ପ୍ରବଚନ ଆୟୋଜନ ହୋଇଥିଲା | ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ସହ ଜୀବନ ବିନ୍ଦୁ ଅଭିଯାନ ରକ୍ତଦାନ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା | ମହାଯଜ୍ଞ ର ମୁଖ୍ୟ ଉଦେଶ୍ୟ ହେଲା ଗ୍ରାମର ଭାଇଚାରା ର ସମ୍ପର୍କ ଗଢିବା ଏବଂ କଳି ପ୍ରଭାବ ଗ୍ରସ୍ତ ଜନ ମାନସ ରୁ ପାପ ତାପ, ବିଶ୍ୱ କୁ ଗ୍ରାସ କରିଥିବା କରୋନା ମହାମାରୀ କବଳ ରୁ ରକ୍ଷା ପାଇବା ପାଇଁ ଘୃତଯଜ୍ଞ, ନାମଯଜ୍ଞ, ଜ୍ଞାନଯଜ୍ଞ ର ପ୍ରସ୍ତୁତି ଏହି ବିଶ୍ୱଶାନ୍ତି ମହାଯଜ୍ଞରେ କରାଯାଇଥାଏ | ଏଠାରେ ମଧ୍ୟ ମହର୍ଷି ବ୍ୟାସ ଶ୍ରୀମଦ ଭାଗବତ ଗୀତା ର ମଧ୍ୟ ଆଲୋଚନା କରାଯାଇଥାଏ |

