ପାରଳାଖେମୁଣ୍ଡି ରେ ନାଟ୍ୟ କର୍ମଶାଳା ଆୟୋଜିତ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ଥାନୀୟ ଟାଉନ୍ ହଲ୍ ଠାରେ ଦୁଇ ଦିନିଆ ନାଟ୍ୟ କର୍ମଶାଳା ଆୟୋଜିତ ହୋଇଯାଇଛି . ନାଟ୍ୟ ନିର୍ଦ୍ଦେଶକ ଅର୍ଜୁନ ନାୟକ ଓ ନାଟ୍ୟକାର ଦେବେନ୍ଦ୍ର ଦାସ , ଯୁବ ନିର୍ଦ୍ଦେଶକ ମନୋଜ ପାଢ଼ୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କର୍ମଶାଳା ରେ ଅନୁଷ୍ଠାନ ର ବହୁ କଳାକାର ଯୋଗ ଦେଇ ଆଗାମୀ ଦିନରେ କିପରି ଭାବରେ ନୂତନ ଶୈଳୀ ରେ ନାଟକ ଉପସ୍ଥାପନ କରାଯିବ ସେ ସମ୍ପର୍କରେ ଆଲୋଚନା କରିଥଲେ .

ଏହି କାର୍ଯ୍ୟକ୍ରମରେ ଅନ ଲାଇନ୍ ଭିଡିଓ ମାଧ୍ୟମରେ ରାଜ୍ୟ ର ବିଶିଷ୍ଟ ନାଟ୍ୟ ନିର୍ଦ୍ଦେଶକ ଯୋଗଦେଇ ପାରଳାଖେମୁଣ୍ଡିରେ ଓଡିଆ ନାଟକ ଓ ମଞ୍ଚ କୁ ଅଧିକ କ୍ରିୟାଶୀଳ କିପରି କରି ପାରିବା ସେ ଦିଗ ରେ ଆଲୋକପାତ କରିଥିଲେ !

କାର୍ଯ୍ୟକ୍ରମ ରେ ଅନ୍ୟମାନଙ୍କ ମଧ୍ୟରେ ଏମ. ପୃଥ୍ୱୀରାଜ , ଆଦର୍ଶ ଦାସ, ସୁବାଷ ଦାସ, ଶୁଭ୍ରାଂଶୁ ପଟନାୟକ, ରଜତ ପାତ୍ର , ହର ତ୍ରିପାଠୀ, ହରିହର ପଟନାୟକ, ସୁଜିତ୍ ପାଣିଗ୍ରାହୀ, ଅମୂଲ୍ୟ ପାଣିଗ୍ରାହୀ, ମତଙ୍ଗିନୀ ଗୁରୁ, ଇନ୍ଦିରା ପଟ୍ଟନାୟକ, କୁନା ହଳଧର, ଜ୍ଞାନ ଦାସ, ରାଜେନ୍ଦ୍ର ପଣ୍ଡା, ସୁକୁମାର ମିଶ୍ର, ପ୍ରତ୍ୟୁଷ ପଣ୍ଡା ପ୍ରମୁଖ ଯୋଗଦେଇ ନାଟକ ର ବିଭିନ୍ନ ବିଷୟ ଆଲୋଚାନା କରିଥଲେ ।

Leave a Reply

Your email address will not be published. Required fields are marked *