ବାରୁଣେଇ ମହାସ୍ନାନ ଉତ୍ସବ ପାଳିତ !!

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ଜିଲ୍ଲାର ପ୍ରାଚୀନ ଏବଂ ସୁପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ସର୍ପେଶ୍ୱର ମହାଦେବଙ୍କ ଆମନ୍ତ୍ରଣ କ୍ରମେ ମନ୍ଦିର ପାର୍ଶ୍ଵରେ ଥିବା ବାରୁଣେଇ ମନ୍ଦିର ପଡିଆ ଠାରେ ପାରମ୍ପରିକ ମହାସ୍ନାନ ଉତ୍ସବ ପାଳିତ ହୋଇଯାଇଛି . ଆଖ ପାଖ ଅଞ୍ଚଳରେ ଥିବା ଦେବତା ମାନେ ବିମାନ ଯୋଗେ ଆସି ଏକତ୍ରିତ ହୋଇଥିଲେ । ଧବଳେଶ୍ଵର ପୀଠର ପ୍ରତିଷ୍ଠିତ ଦେବତା ଧବଳେଶ୍ଵର ମହାଦେବଙ୍କ ସମେତ ଅନ୍ୟ ଦେବତା ମାନେ ମହାସ୍ନାନ ପଡିଆରେ ବିଜେ ହେବା ପରେ ମହାସ୍ନାନ ପର୍ବ ଯଥାରୀତି ପାଳିତ ହୋଇଯାଇଛି । କୋଭିଡ କଟକଣା ସହିତ ଏହି ବାରୁଣେଇ ମହାସ୍ନାନ ଉତ୍ସବ ସମ୍ପାଦିତ ହୋଇଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ତଥା ପ୍ରଶାସନିକ କଟକଣା କାରଣରୁ ବିନା ଆଡମ୍ବରରେ ଏହି ମହାପର୍ବ ପାରମ୍ପରିକ ରୀତିନୀତି ରେ ପାଳିତ ହୋଇଯାଇଛି ।

Leave a Reply

Your email address will not be published. Required fields are marked *