ବର୍ଦ୍ଧିତ ବିଦ୍ୟୁତ ଦର ପ୍ରତିବାଦରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଦାବିପତ୍ର ପ୍ରଦାନ ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : ରାଜ୍ୟରେ ବର୍ଦ୍ଧିତ ବିଦ୍ୟୁତ ଦର ଲାଗୁ ପ୍ରତିବାଦରେ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ତରଫରୁ ଏକ ଦାବୀପତ୍ର ବିଭାଗୀୟ ଅଧିକାରୀଙ୍କୁ ପ୍ରଦାନ କରାଯାଇଛି . ୟୁନିଟ ପିଛା ୩୦ ପଇସା ଅଧିକ ଦରବୃଦ୍ଧି ପ୍ରତିବାଦରେ ଏକ ଦାବିପତ୍ର କଟକ ସଦର କନ୍ଦରପୁର ବିଦ୍ୟୁତ କାର୍ଯ୍ୟାଳୟରେ ନିର୍ବାହୀ ଯନ୍ତ୍ରୀ ତୁଳସୀ ଚରଣ ଦାସଙ୍କୁ ଭେଟି ଅଗ୍ରଣୀ ସାମାଜିକ ସଂଗଠନ “ଉତ୍କଳ ବିକାଶ ପରିଷଦ” ପକ୍ଷରୁ କାର୍ଯ୍ୟକର୍ତା ସମାଜସେବୀ ପୀୟୂଷ ରଂଜନ ପରିଡା, ଚକ୍ରବର୍ତ୍ତୀ ଓତା, ଲଷ୍ମୀଧର ଜେନା, ସନ୍ତୋଷ ଭୋଇ, ନିରଞ୍ଜନ ରାଉଳ, ଓମପ୍ରକାଶ ପରିଡ଼ା, ନୃସିଂହ ଚରଣ ସାହୁ, ସଂଜୟ ସାହୁ, ସିଦ୍ଧାନ୍ତ ଭୋଇ ପ୍ରମୁଖ ଉପସ୍ଥିତରହି ପ୍ରଦାନ କରିଛନ୍ତି । ପରିଷଦର ସଭାପତି ଯୁବ ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ତାଙ୍କ ବାର୍ତାରେ ଏହା ଏକ ଦୁର୍ଭାଗ୍ୟଜନକ ତଥା ନିନ୍ଦନୀୟ ଘଟଣା , କରୋନା ମହାମାରୀ ସମୟରେ ଏହା ରାଜ୍ୟବାସୀଙ୍କ ଉପରେ ବୋଝ ଉପରେ ନଳିତା ବିଡା ସଦୃଶ ବୋଲି ମତବ୍ୟକ୍ତ କରିବା ସହ ଏହି ବର୍ଦ୍ଧିତ ବିଦ୍ୟୁତ ଦେୟ ପ୍ରତ୍ୟାହାର କରିବାକୁ ଦୃଢ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *