ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଜଳ ବିଭାଜିକା କାର୍ଯ୍ୟାଳୟରେ କାର୍ଯ୍ୟରତ କର୍ମଚାରୀ ଦୀର୍ଘ ବର୍ଷ ଧରି ଆସ୍ଥାନ ଜମାଇଛନ୍ତି . କ୍ଷେତ୍ର କର୍ମଚାରୀ ଓ ଅଫିସ ରେ କାର୍ଯ୍ୟରତ କର୍ମଚାରୀ ଦୀର୍ଘ ଦିନ ହେଲା ବଦଳି ନ ହେବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏଠାରେ ରାଜ୍ୟ ସରକାର 5ଟି ମୋ ସରକାର ଡିଣ୍ଡିମ ପିଟୁଥିବା ବେଳେ ସରକାରଙ୍କ ସ୍ୱଚ୍ଛତା ଦିଗକୁ ଆଙ୍ଗୁଳି ନିର୍ଦ୍ଦେଶ କରୁଛି ଏପରି ଅବସ୍ଥା । ଏଠାରେ କାର୍ଯ୍ୟରତ କର୍ମଚାରୀ ମାନେ ଦୁର୍ନୀତିରେ ଲିପ୍ତ ହୋଇଥିବାର ବାରମ୍ବାର ଅଭିଯୋଗ ହେଉଅଛି । ଆଞ୍ଚଳିକ ଲୋକ ହୋଇଥିବାରୁ ସରକାରଙ୍କର ବିଭିନ୍ନ ଯୋଜନା ବାଟବଣା ହେଉଥିବାର ଅଭିଯୋଗ ହେଉଛି । ସରକାର ଯେଉଁ ଲକ୍ଷ ନେଇ ବିଭାଗ ଦ୍ୱାରା କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି , ତାହାର ସୁଫଳ ଲୋକଙ୍କ ପାଖରେ ପହଞ୍ଚି ପାରୁନାହିଁ . ଜିଲ୍ଲାର ବିକାଶ ଦିଗହରା ହେଉଥିବାର ଅଭିଯୋଗ ଆସିଛି . ନିଜ ଅଞ୍ଚଳରେ କାମ କରି ଜୀବନ ଜୀବିକା ନିର୍ବାହ କରି ଦାଦନ ନ ଖଟି ବାହାର ରାଜ୍ୟକୁ ନଯାଇ ନିଜ ଅଞ୍ଚଳରେ ଚାଷବାସ ବା କୌଳିକ ବୃତ୍ତି ନିର୍ବାହ କରି ସରକାରଙ୍କର ଯେଉଁ ଲକ୍ଷ୍ୟ ରହିଛି ତାହା ପୂରଣ ହୋଇ ପାରୁନାହିଁ , ଲୋକେ ବର୍ତ୍ତମାନ ସୁଦ୍ଧା ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଉଛନ୍ତି । ଏଠାରେ କାର୍ଯ୍ୟରତ କର୍ମଚାରୀ ମାନେ ଲୋକାଲ ଲୋକ ହୋଇ ଥିବାରୁ ନାଲି ଆଖି ଦେଖାଇ ହରିଲୁଟ କରୁଥିବାର ଅଭିଯୋଗ ହେଉଛି । ଯାହା ଫଳରେ ଜିଲ୍ଲାର ବିକାଶ ଦିଗରେ ପ୍ରତିବନ୍ଧକ ସୃଷ୍ଟି କରୁଛି . ଏଣୁ ଅଞ୍ଚଳର ବିକାଶ ସକାଶେ ନିଜ ଅଞ୍ଚଳର କର୍ମଚାରୀ ମାନଙ୍କୁ ବଦଳି କଲେ ଜିଲ୍ଲାର ବିକାଶ ହୋଇ ପାରିବ ବୋଲି ମତ ପ୍ରକାଶ ପାଉଛି । ଏଠାରେ କାର୍ଯ୍ୟରତ ଜଳ ଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଆଞ୍ଚଳିକ ସମ୍ବଳ କେନ୍ଦ୍ର କୋଠା ଉପରେ ନିର୍ମିତ ହୋଇ ଥିବା ନୂତନ କୋଠାରେ ରହୁଥିବାର ସାଙ୍ଘାତିକ ଅଭିଯୋଗ ଆସିଅଛି ।
ଜଳ ବିଭାଜିକା କାର୍ଯ୍ୟାଳୟରେ କୁଣ୍ଡଳୀ ମାରି ବସିଛନ୍ତି କର୍ମଚାରୀ : ହେଉନାହିଁ ବଦଳି !!!

