ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ : ବିଭାଗର ନିଘା ନାହିଁ – କି ବିଭାଗ ଉପରେ ପଘା ନ।ହିଁ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାର ସଦର ମହକୁମା ପରାଳଖେମୁଣ୍ଡି ରେ ବିପର୍ଯ୍ୟସ୍ଥ ହୋଇପଡିଛି ପରିମଳ ବ୍ୟବସ୍ଥା . କିଛିଦିନ ତଳେ ପୂର୍ତ୍ତ ବିଭାଗ ପକ୍ଷରୁ ସହରକୁ ସରସ ସୁନ୍ଦର କରିବା ସକାଶେ ଫାୟାରଷ୍ଟେସନ ଛକ ଠାରୁ କୋର୍ଟ ଛକ ପର୍ଯ୍ୟନ୍ତ ରାସ୍ତା ର ଉଭୟ ପାର୍ଶ୍ୱ ରୁ ଜବରଦଖଲ ଉଛେଦ କରାଯାଇଥିଲା .

ଉଛେଦ କାମ ପରେ ପାର୍ଶ୍ବରେ ଥିବା ନାଳ ପୋତି ହେବା ଫଳରେ ବର୍ତ୍ତମାନ ରାସ୍ତା ରେ ଆବର୍ଜନା ପାଣି ଭାସୁଛି . ନାଳ ନିର୍ମାଣ ହୋଇ ପାରୁନାହିଁ , ଯାହା ଫଳରେ ସହର ବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି . ପୂର୍ତ୍ତ ବିଭାଗ ସବୁ ଜାଣି ଶୁଣି ନିରୁପାୟ ହୋଇ ବସିଛି , ଏପରିକି ଥାନା ଭିତରେ ନାଳର ଦୂଷିତ ପାଣି ପଶୁଛି .

ପରିମଳ ବ୍ୟବସ୍ଥା ଅତି କଦର୍ଯ୍ୟ ହୋଇଥିଲେବି ସମସ୍ତେ ନୀରବ ରହୁଛନ୍ତି . କେନେ ବିଭାଗର ନିଦ ଭାଙ୍ଗିବା , ଆଉ ନାଳ ନିର୍ମାଣ , କେବେ ଆବର୍ଜନା ପାଣି ରାସ୍ତାରେ ଭାସିବା ବନ୍ଧ ହେବ – ତାହା ସହରବାସୀ ଙ୍କ ମନରେ ପ୍ରଶ୍ନ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *