ସୁକିନ୍ଦା ବ୍ଲକର ସମସ୍ତ ପଞ୍ଚାୟତ ଦୁଇ ଦିନ ପାଇଁ ସଟ ଡାଉନ : ଜରୁକାଳୀନ ସେବା ଜାରି ରହିବ !

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସୁକିନ୍ଦା ବ୍ଳକ ଅନ୍ତର୍ଗତ ସମସ୍ତ ପଞ୍ଚାୟତର ସରପଞ୍ଚଙ୍କ ନିଷ୍ପତ୍ତି କ୍ରମେ ସୁକିନ୍ଦା ବ୍ଲକର ସମସ୍ତ ପଞ୍ଚାୟତକୁ ଶୁକ୍ରବାର ରାତି 9 ଘଟିକାରୁ ସୋମବାର ସକାଳ 5 ଘଟିକା ପର୍ଯ୍ୟନ୍ତ ସର୍ଟଡାଉନ କରିବା ନିମନ୍ତେ ସ୍ଥିର କରାଯାଇଛି . ଏନେଇ ସମସ୍ତ ସରପଞ୍ଚ ମାନେ ସ୍ଥାନୀୟ ଥାନା ମାନଙ୍କରେ ଲିଖିତ ପତ୍ର ଦାଖଲ କରିଥିବାର ସୂଚନା ମିଳିଛି । ସେଥିପାଇଁ ସୁକିନ୍ଦା ବ୍ଲକ ଅଧିନସ୍ଥ ସମସ୍ତ ଥାନା କର୍ମଚାରୀ ମାନେ ଏହି ସର୍ଟଡାଉନ ସମୟରେ ସାରା ଅଞ୍ଚଳରେ କଡା ପ୍ରହରା ଦେବା ସହିତ ଜରୁରୀ କାଳୀନ ସେବା ଜାରି ରହିବା ନିମନ୍ତେ ସୂଚନା ଦେଇଛନ୍ତି ସୁକିନ୍ଦା ବ୍ଲକ ଭାରପ୍ରାପ୍ତ ଅଧିକାରୀ ବିଶ୍ୱଜିତ ଦାସ । କରୋନା ସଂକ୍ରମଣ କୁ ନିୟନ୍ତ୍ରଣ ଦୃଷ୍ଟିରୁ ଏହି ନିଷ୍ପତ୍ତିକୁ ସମସ୍ତେ ସ୍ୱାଗତ ଜଣାଇଛନ୍ତି .

Leave a Reply

Your email address will not be published. Required fields are marked *