ଗଜପତିରେ ପୁଣି 113 ଜଣ କରୋନା ପଜିଟିଭ ଚିହ୍ନଟ !!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାରେ ଆଜି ପୁଣି 113 ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା . ସେମାନଙ୍କ ମଧ୍ୟରୁ ପାରଳାଖେମୁଣ୍ଡି ସହରରେ 48 ଜଣ, ଗୋଶାଣି ବ୍ଳକରେ 7 ଜଣ, ଗୁମ୍ମା ବ୍ଳକରୁ 6 ଜଣ, କାଶୀ ନଗର ବ୍ଳକରୁ 10 ଜଣ, ମୋହନା ବ୍ଳକରୁ 15 ଜଣ, ନୂଆଗଡ଼ ବ୍ଳକରୁ 4 ଜଣ, ଆର.ଉଦୟଗିରି ବ୍ଳକରୁ 13ଜଣ, ରାୟଗଡ଼ ବ୍ଳକରୁ 6 ଜଣ, ଆନ୍ଧ୍ରପ୍ରଦେଶରୁ 2 ଜଣ ଏବଂ ବିହାର ରୁ ଜଣେ ଗଜପତି ବାସିନ୍ଦା କରୋନା ପଜିଟିଭ ଚିହ୍ନଟ ହୋଇଥିବା ର ଗଜପତି ଜିଲ୍ଲାପାଳ ସୂଚନା ଦେଇଛନ୍ତି . ପଜିଟିଭ ଚିହ୍ନଟ ହେବା ପରେ ଏମାନଙ୍କ ମଧ୍ୟରୁ କିଛି ଜଣଙ୍କୁ କୋଭିଡ଼ ହସ୍ପିଟାଲ, କୋଭିଡ଼ କେୟାର ସେଣ୍ଟର ରେ ରଖାଯାଇଛି . ଅନ୍ୟ କିଛି ବ୍ୟକ୍ତି ହୋମ ଆଇସୋଲେସନ ରେ ଥିବାର ଗଜପତି ଜିଲ୍ଲାପାଳ ଅନୁପମ ସାହା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *