ରଣପୁର ନିହାଲପ୍ରସାଦ ଗ୍ରାମରେ ନକଲି ମଦ କାରଖାନା ଠାବ !!!

Spread the love

ନୟାଗଡ଼ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ନିହାଲପ୍ରସାଦ ଗାଁରେ କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗର ଚଢଉ l ଚଢଉ ବେଳେ ନିହାଲପ୍ରସାଦ ଗାଁରେ ନକଲି ମଦ ତିଆରି କାରଖାନା ଠାବ l କାରଖାନରୁ ନକଲି ମଦ ସହ ବିପୁଳ ପରିମାଣର ସ୍ପିରିଟ , ମଦ ଲେବୁଲ ,ବୋତଲ ଠିପି ଓ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି l କାରଖାନାର ମୁଖ୍ୟ ମହିଳା ଗିରଫ । ଗିରଫ ମହିଳା ହେଲେ ସୁଷମା ଜେନା । ଜବତ ମଦ ଓ ସରଞ୍ଜାମ ର ଆନୁମାନିକ ମୁଲ୍ୟ ପାଖାପାଖି 5 ଲକ୍ଷ ହେବ ବୋଲି ସୁଚନା ମିଳିଛି । ସେହିପରି ନରସିଙ୍ଗପୁର ଓ ମଧୁପୁରୁ ଗାଁ’ ରୁ ଦୁଇଜଣ ଚୋରା ମଦ ବ୍ୟବସାୟୀଙ୍କୁ ମଧ୍ୟ ଗିରଫ କରିଛି କେନ୍ଦ୍ରାଞ୍ଚଳ ଅବକାରୀ ବିଭାଗ । ଗିରଫ ଦୁଇଜଣ ହେଲେ ଚୈତନ୍ୟ ସାହୁ ଓ ପ୍ରଶାନ୍ତ ରାଉତ l ସମଗ୍ର ରାଜ୍ୟରେ ତାଲା ବନ୍ଦ କଟକଣା ଲାଗୁ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଚୋରା ନିଶା ମାଫିଆ ସକ୍ରିୟ ହୋଇ ପଡ଼ିଛନ୍ତି .

Leave a Reply

Your email address will not be published. Required fields are marked *