ଦିବଂଗତ ସାମ୍ବାଦିକ ଆଶୁତୋଷ ଙ୍କ ସ୍ମୃତିରେ ଶୋକସଭା !!

Spread the love

କନ୍ଧମାଳ ( ଆୱାଜ଼ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : ଦିବଂଗତ ସାମ୍ବାଦିକ କରୋନା ଯୋଦ୍ଧା ଆଶୁତୋଷ ବେହେରାଙ୍କ ସ୍ମୃତିରେ କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନ ତରଫରୁ ଫୁଲବାଣୀ ସ୍ଥିତ ପ୍ରେସ କ୍ଲବ ଠାରେ କୋଭିଡ ଗାଇଡ଼ ଲାଇନ ଅନୁଯାୟୀ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି !

ଏହି ଶୋକ ସଭାରେ ପ୍ରେସ କ୍ଳବର ସଭାପତି ଶିବ ପ୍ରସାଦ ତ୍ରିପାଠୀ, ସମ୍ପାଦକ ଅଜିତ ମହାରଣା ଏବଂ ଫ୍ରଣ୍ଟଲାଇନ ମିଡ଼ିଆ ଆସୋସିଏସନର ସଭାପତି ସୁଜିତ ବେହେରା, କାର୍ଯ୍ୟକାରୀ ସଭାପତି ବ୍ରଜବିହାରୀ ନନ୍ଦ, ସମ୍ପାଦକ ତ୍ରିନାଥ ସାହୁ, କୋଷାଧ୍ୟକ୍ଷ ସୁନୀଲ ବିଶ୍ୱାଳ, ଉପ-ସଭାପତି ଅଶୋକ ମହାନ୍ତି, ସ୍କୃଟିନୀ କମିଟି ସଦସ୍ୟ ରାକେଶ ରାଉତ, ସାମ୍ବାଦିକ ରଞ୍ଜନ ଦାସ ,ସୂର୍ଯ୍ୟ ବେହେରା, ଜିଲ୍ଲା ପୋଲିସର ରିଜର୍ଭ ଇନ୍ସପେକ୍ଟର ଧର୍ମେନ୍ଦ୍ର ପ୍ରଧାନ, ସର୍ଜେଣ୍ଟ ସରୋଜ ବେହେରା ପ୍ରମୁଖ ଉପସ୍ଥିତ ରହିଥିଲେ l ଶୋକସଭା ପ୍ରାରମ୍ଭରୁ ଦିବଂଗତ ସାମ୍ବାଦିକ ଆଶୁତୋଷ ବେହେରାଙ୍କ ଅମର ଆତ୍ମର ସଦଗତି ନିମନ୍ତେ ସମସ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରିଥିଲେ l

କାର୍ଯ୍ୟକ୍ରମରେ ଉପସ୍ଥିତ ସାମ୍ବାଦିକ ଏବଂ ଅତିଥି ମାନେ ଦିବଂଗତ ସାମ୍ବାଦିକ ଏକା ଧାରରେ ଜଣେ ସାମ୍ବାଦିକ, ଭଲ କ୍ରୀଡ଼ାବିତ, ସମାଜସେବୀ, ଖୁସ ମିଜାଜ, ନମ୍ର ଭଦ୍ର ଏବଂ ସମସ୍ତଙ୍କ ପ୍ରିୟ ବ୍ୟକ୍ତିତ୍ୱ ଭାବେ ବହୁ ସୁନାମ ଅର୍ଜନ କରିଥିବା କଥା ପ୍ରକାଶ କରିଥିଲେ l ତେଣୁ ତାଙ୍କର ଅକାଳ ବିୟୋଗରେ ସମସ୍ତେ ବ୍ୟକ୍ତିଗତ ଭାବେ ମର୍ମାହତ ବୋଲି ନିଜ ନିଜ ବକ୍ତବ୍ୟରେ ଶୋକ ସଭାରେ କହିଥିଲେ ଆସୋସିଏସନ ତରଫରୁ ତାଙ୍କ ଶୋକ ସନ୍ତପ୍ତ ପରିବାରକୁ କିଛି ଆର୍ଥିକ ସାହାଯ୍ୟ ପ୍ରଦାନ କରାଯିବା ସହିତ ଜିଲ୍ଲା ପ୍ରଶାସନ ତରଫରୁ ମଧ୍ୟ ତାଙ୍କ ପରିବାରକୁ ଆର୍ଥିକ ସାହାଯ୍ୟ ପ୍ରଦାନ କରିବା ପାଇଁ କନ୍ଧମାଳ ଜିଲ୍ଲାପାଳଙ୍କୁ ନିବେଦନ କରିବା ସହିତ କରୋନା ଯୋଦ୍ଧା ସାମ୍ବାଦିକଙ୍କ ପାଇଁ ସରକାର ଘୋଷଣା କରିଥିବା ଆର୍ଥିକ ଅନୁଦାନ ମଧ୍ୟ କିଭଳି ଅତିଶୀଘ୍ର ତାଙ୍କ ପରିବାରକୁ ମିଳିପାରିବ ଏ ନେଇ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ନିବେଦନ ପତ୍ର ପ୍ରଦାନ କରାଯିବ ବୋଲି ଆସୋସିଏସନର ସଭାପତି ସୁଜିତ ବେହେରା ଶୋକ ସଭାରେ ଘୋଷଣା କରିଥିଲେ l

Leave a Reply

Your email address will not be published. Required fields are marked *