ନୃତ୍ୟଶିଳ୍ପୀଙ୍କ କୃତିତ୍ୱ ନେଇ ସାଧାରଣରେ ପ୍ରଶଂସା ।

Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ସଦର ବ୍ଲକ ବୟାଳିଶ ମୌଜ଼ା ଉପକଣ୍ଠ ବେଣ୍ଟକାର ଉଚ୍ଚ ବିଦ୍ୟାଳୟର ଛାତ୍ରୀ ନୃତ୍ୟ ଶିଳ୍ପୀ ତଥା ନୃତ୍ୟଗୁରୁ କୁମାରୀ ସୋନାଲି ମହାପାତ୍ର (ଗୁଡି) ନିଜର କୃତିତ୍ୱର ସ୍ୱୀକୃତି ସ୍ୱରୂପ ବିଭିନ୍ନ ସଂଗଠନ ପକ୍ଷରୁ ପୁରସ୍କୃତ ହେବା ସହ ଚଳିତ ବର୍ଷ କୋଣାର୍କ ଏଣ୍ଟରଟନମେଣ୍ଟ ପକ୍ଷରୁ ଆୟୋଜିତ ରଜ କୁଇନ – ୨୦୨୧ ପ୍ରତିଯୋଗିତାରେ ଅଂଶ ଗ୍ରହଣ ପ୍ରଥମ ପର୍ଯ୍ୟାୟରେ ଉତ୍ତୀର୍ଣ୍ଣ ହୋଇ ଦିତୀୟ ପର୍ଯ୍ୟାୟକୁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତାକୁ ସ୍ଥାନୀୟ ଜନସାଧାରଣ ଏବଂ ଯୁବ ସମାଜସେବୀ ଚନ୍ଦନ ମହାନ୍ତି, ତାପଶ ପତି, ଦୀପକ ଆଚାର୍ଯ୍ୟ, ସଂଜୟ ବେହେରା, ପ୍ରସନ୍ନ ପରିଡା, ସଂଜୟ ସାହୁ ପ୍ରମୁଖ ଉଚ୍ଚ ପ୍ରସଂଶା କରିବା ସହ ପ୍ରତିଯୋଗିତାରେ ସଫଳ ହେବାକୁ ଇଶ୍ୱରଙ୍କ ନିକଟରେ ପାର୍ଥନା କରିଛନ୍ତି ।

Leave a Reply

Your email address will not be published. Required fields are marked *