ଭାଙ୍ଗିଲେ କଟକଣା : ଢେଙ୍କାନାଳ ପୌରପାଳିକା ତରଫରୁ ଦୋକାନ ହେଲା ସିଲ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଦିନକୁ ଦିନ କରୋନା ତାର କାୟା ବିସ୍ତାର କରୁଥିବା ସମୟରେ ମହାମାରୀ ଦାଉରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ଲକ ଡାଉନ କୁ ଆଗକୁ ବଢ଼ାଇଛନ୍ତି ସରକାର । ଲୋକମାନେ କିଭଳି ଭାବେ ଘରେ ରହିବେ ଏବଂ ସୁରକ୍ଷିତ ରହିବେ ସେଥିପାଇଁ ସରକାର ସମସ୍ତ ଚେଷ୍ଟା ଅବ୍ୟାହତ ରହିଛି । ବର୍ତମାନ ଅତି ଆବଶ୍ୟକ ସମଗ୍ରୀ ଯଥା ପରିବା ଦୋକାନ, ଗ୍ରୋସୋରୀ ଦୋକାନ, ମେଡ଼ିସିନ ଦୋକାନ ଭଳି କିଛି ଦୋକାନକୁ ଛାଡିଦେଲେ ସମସ୍ତ ଦୋକାନ ବଜାରକୁ ବନ୍ଦ ରଖିବାକୁ ସରକାରଙ୍କ ତରଫରୁ ଦୃଢ଼ ଭାବେ ନିର୍ଦେଶ ଦେଇଥିବା ସମୟରେ କିଛି ଅମାନିଆ ଦୋକାନୀ ଦୋକାନ ଖୋଲି ନିଜର ବ୍ୟବସାୟ ଚଳାଇଛନ୍ତି । ଯାହା ଦ୍ୱାରା ବଜାରରେ ଲୋକଗହଳି ହେବା ସହ ସଂକ୍ରମଣ ବୃଦ୍ଧି ପାଇବାର ଯଥେଷ୍ଟ ସମ୍ଭାବନା ସୃଷ୍ଟି କରୁଛି । ତେଣୁ ଏହି ଅମାନିଆ ମାନଙ୍କୁ ସାବାଡ଼ କରିବା ପାଇଁ ଢେଙ୍କାନାଳ ପୌରପାଳିକା ତରଫରୁ ଅନେକ ଦୋକାନୀ ଙ୍କୁ ତାଗିଦ କରାଯିବ ସହିତ କେତେକ ଦୋକାନ ସିଲ ମଧ୍ୟ କରାଯାଇଥିଲା । ସହରର ଲକ୍ଷ୍ମୀ ବଜାରର ପାତ୍ର ଜୋତା ଦୋକାନ, ମିନାବଜାର ର ଆଦିତ୍ୟ ଅଳଙ୍କାର, ମହାବୀର ବଜାର ର ଶ୍ରୀ ଗଣେଶ ଡ୍ରେସ ଦୋକାନ, ମହାବୀର ବଜାରର ସାଗର ଶାଢ଼ୀ ସେଣ୍ଟର, ଦକ୍ଷିଣକାଳୀ ଏମବିଟି ଡ୍ରେସ ଗୋଦାମ ଆଦି ଦୋକାନକୁ ସିଲ କରାଯାଇଛି । ପୋୖରାନିର୍ବାହୀ ଅଧିକାରୀ ଙ୍କ ପ୍ରତ୍ୟେକ୍ଷ ତତ୍ୱବାଧାନରେ ଅନ୍ୟ ପୌରପାଳିକା ର କର୍ମଚାରୀ ମାନେ ଯାଞ୍ଚ କରି ଦୋକାନ ସିଲ କରିଥିଲେ ।

Leave a Reply

Your email address will not be published. Required fields are marked *