ଯୁବ କଂଗ୍ରେସ କର୍ମୀଙ୍କ ବିୟୋଗରେ ଶୋକ !

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଯୁବ କଂଗ୍ରେସ ର ଜଣେ ସକ୍ରିୟ ସଦସ୍ୟ ଗୈତମ ପଣ୍ଡା ଙ୍କର ଆକସ୍ମିକ ମୃତ୍ୟୁରେ ଶୋକର ଛାୟା ଖେଳିଯାଇଛି . ସେ ଛାତ୍ର ଜୀବନ ସମୟରୁ କଂଗ୍ରେସ ଦଳ ପ୍ରତି ଆନୁଗତ୍ୟ ଦେଖାଇ ଜଣେ ଛାମୁଆଁ କାର୍ଯ୍ୟକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ, ପାରଳାଖେମୁଣ୍ଡି ପୌର ପରିଷଦର ୱାର୍ଡ ନମ୍ବର ୧୦ ଓ ୧୧ରେ ଆଗଧାଡିର କର୍ମୀ ଥିଲେ । ହଠାତ୍ ତାଙ୍କର ଦେହ ଖରାପ ହେବା ଯୋଗୁଁ ବିଶାଖାପାଟଣା ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଥିବା ବେଳେ ଆଜି ଅପରାହ୍ନରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ । ତାଙ୍କର ଏହି ଅକାଳ ବିୟୋଗ ରେ ଗଜପତି ଜିଲ୍ଲା କଂଗ୍ରେସ ସଭାପତି ଦାଶରଥି ଗମାଙ୍ଗ, ସାଂସଦ ପ୍ରାର୍ଥୀ ଭି ଚନ୍ଦ୍ରଶେଖର ନାଇଡୁ, ବସନ୍ତ କୁମାର ପଣ୍ଡା , ବିଭୁତି ଭୁଷଣ ପାତ୍ର, ଜୟ ମୋହନ ରାଓ, ଯୁବ କଂଗ୍ରେସ ସଭାପତି ସୂର୍ଯ୍ୟ ନାରାୟଣ ପାତ୍ର, ସଂଗ୍ରାମ ସାହୁ, ବାବୁଲି ପାଢି, ବାବୁଲି ସାହୁ, ସଂଜୟ ଅଧିକାରୀ, ଅତି ନିଜର ରାଜା ପାତ୍ର, ସନ୍ତୋଷ ପାଣିଗ୍ରାହୀ, ବିଷ୍ଣୁ ପାଢି, ଗୋବିନ୍ଦ ପାଢି, କେ.ରାମସ୍ୱାମୀ , ଭାର୍ଗବ, ଖଗ, ରମେଶ, ତ୍ରିପତି ପାତ୍ର, ଗରୁଡ଼ ଚୌଧୁରୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

Leave a Reply

Your email address will not be published. Required fields are marked *