ସର୍ଟଡାଉନରେ କଳିଙ୍ଗନଗର ଛକରେ ପୋଲିସ ଦ୍ୱାରା କଡା ଚେକିଂ ।

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ସରକାରଙ୍କ ନିଷ୍ପତ୍ତି କ୍ରମେ ଓଡ଼ିଶାର କିଛି ଜିଲ୍ଲାରେ ସପ୍ତାହନ୍ତ ସର୍ଟଡାଉନ ବଳବତ୍ତର ଥିବା ବେଳେ ଯାଜପୁର ଜିଲ୍ଲାରେ ମଧ୍ୟ ସର୍ଟଡାଉନ କଟକଣା ଲାଗୁ ରହିଛି . ତେବେ ବହୁ ଅମାନିଆ ସରକାରଙ୍କ ନିୟମକୁ ନମାନି ଗାଡି ଧରି ମୁଖ୍ୟ ରାସ୍ତାରେ ଯାତାୟତ କରୁଥିବାରୁ କଳିଙ୍ଗନଗର ଛକରେ ସ୍ଥାନୀୟ ଥାନାର ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାସଙ୍କ ଉପସ୍ଥିତରେ କଡା ପ୍ରହରା ଦିଆଯିବା ସହିତ ଅମାନିଆ ମାନଙ୍କ ଠାରୁ ଜୋରିମାନା ଆଦାୟ କରାଯାଇଥିବା ଦେଖିବକୁ ମିଳିଛି । ବିଭିନ୍ନ ଜିଲ୍ଲାରେ ସଂକ୍ରମଣର ପରିମାଣ କମିଥିଲେ ସୁଦ୍ଧା ଅବହେଳା କଲେ ପୁନର୍ବାର ସଂକ୍ରମଣ ବଢିବାର ଆଶଙ୍କା ରହିଛି . ତେଣୁ ସରକାର ଲାଗୁ କରିଥିବା ନିୟମାବଳୀକୁ ସମସ୍ତେ ମାନି ଚାଲିବ ପାଇଁ ସଚେତନ କରାଇଛି କଳିଙ୍ଗନଗର ପୁଲିସ .

Leave a Reply

Your email address will not be published. Required fields are marked *