ସରକାର ଲୁଚାଉଛନ୍ତି କୋଭିଡ ମୃତ୍ୟୁ ତଥ୍ୟ : ନୟାଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ଜିଲ୍ଲା କଂଗ୍ରେସ ର ଧାରଣା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ ଜିଲ୍ଲାରେ ପ୍ରକୃତ କୋଭିଡ ଆକ୍ରାନ୍ତଙ୍କ ମୃତ୍ୟୁ ତଥ୍ୟକୁ ଲୁଚା ଯାଉଥିବା ଅଭିଯୋଗରେ ନୟାଗଡ ଜିଲ୍ଲାପାଳ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ, ଜାତୀୟ ବିପତ୍ତି ବେଳେ ଜିଲ୍ଲାପାଳ ଡ଼ ପୋମା ଟୁଡୁ ତାଙ୍କର ଆବାସିକ କାର୍ଯ୍ୟାଳୟ ଛାଡ଼ି ସରକାରୀ କାର୍ଯ୍ୟାଳୟରେ ନିୟମିତ ଅଫିସ କାର୍ଯ୍ୟ କରିବା, ରାଜ୍ୟ ସରକାର ନୟାଗଡ ଜିଲ୍ଲାରେ କୋଭିଡ ମୃତକ ମାନଙ୍କ ସଠିକ ତାଲିକା ପ୍ରସ୍ତୁତି ପାଇଁ ସ୍ୱତନ୍ତ୍ର ଅଡିଟ ଟିମ ଗଠନ ପାଇଁ ନିର୍ଦ୍ଦେଶ ଦେବା ଏବଂ ଜିଲ୍ଲାରେ କୋଭିଡ ପରିଚାଳନାରେ ଅଦ୍ୟାବଧି ଖର୍ଚ୍ଚ ହୋଇଥିବା ଅର୍ଥରାଶି ସମ୍ପର୍କରେ ଜିଲ୍ଲାପାଳ ଶ୍ୱେତପତ୍ର ପ୍ରକାଶ କରାଇବା ଦାବିରେ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦିଆଯାଇଛି l ଡ଼.ପୋମା ଟୁଡୁଙ୍କ ନୟାଗଡରେ ୨ ବର୍ଷ କାର୍ଯ୍ୟକାଳ ମଧ୍ୟରେ ୨ ମାସ ମଧ୍ୟ ସରକାରୀ ଅଫିସକୁ ଆସିନଥିବା ବେଳେ କୌଣସି ଜରୁରୀ ଆଲୋଚନା ପାଇଁ ବ୍ୟକ୍ତି ବିଶେଷ, ଗଣମାଧ୍ୟମ ପ୍ରତିନିଧି ଏବଂ ଦାୟିତ୍ୱସମ୍ପନ୍ନ ରାଜନୈତିକ ଦଳର କର୍ମକର୍ତାଙ୍କ ଟେଲିଫୋନ ଉଠାଇ ନାହାଁନ୍ତି ଏବଂ ଜିଲ୍ଲାର କୌଣସି ଆଦିବାସୀ ଅଧ୍ୟୁଷିତ ଉପାନ୍ତ ଅଞ୍ଚଳରେ ଆଜିଯାଏଁ ଜିଲ୍ଲାପାଳଙ୍କ ପାଦ ପଡି ପାରିନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଅଭିଯୋଗ କରିଛନ୍ତି l ଜାଣିଶୁଣି ଜିଲ୍ଲାରେ କୋଭିଡ ପଜିଟିଭ ଥାଇ ମୃତ୍ୟୁ ବରଣ କରିଥିବା ଆକ୍ରାନ୍ତଙ୍କୁ କୋଭିଡ ମୃତ୍ୟୁ ତାଲିକାରେ ଅନ୍ତର୍ଭୁକ୍ତ କରା ନଯାଇ ମୃତକ ପରିବାରଙ୍କୁ ବିଭିନ୍ନ ଜନକଲ୍ୟାଣ ଯୋଜନାରୁ ବଞ୍ଚିତ କରାଯାଉ ଥିବା କଂଗ୍ରେସ ପକ୍ଷରୁ ଅଭିଯୋଗ କରାଯାଇଛି l ପ୍ରତ୍ୟେକ କୋଭିଡ ପଜିଟିଭ ଆକ୍ରାନ୍ତ ସଙ୍ଗରୋଧ କିମ୍ବା ଡାକ୍ତରଖାନା ମାନଙ୍କରେ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ କୁ କୋଭିଡ ମୃତ୍ୟୁ ଘୋଷଣା କରିବା ପାଇଁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି l ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପ ସଭାପତି କମଳଚରଣ ସାହୁ, ସରପଞ୍ଚ ସତ୍ୟବାନ ନାୟକ, ନୟାଗଡ ବ୍ଲକ କଂଗ୍ରେସ ସଭାପତି ଫକୀର ଚରଣ ମଲ୍ଲ, ରାଜୀବଗାନ୍ଧୀ ପଞ୍ଚାୟତିରlଜ ସଂଗଠନ ଜିଲ୍ଲା ସଂଯୋଜକ ସୁକାନ୍ତ ଶତପଥୀ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରlଣୀ ପାଣି, ଜିଲ୍ଲା କଂଗ୍ରେସ କୃଷକ ସେଲ ସଭାପତି ଧୃବଚରଣ ପରିଡା, ଜିଲ୍ଲା ଯୁବ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରତୀକ ମହାପlତ୍ର, ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଜ୍ୟୋତିରଞ୍ଜନ ଦାଶ, ଜିଲ୍ଲା କଂଗ୍ରେସ ସଂଖ୍ୟାଲଘୁ ସେଲ ଅଧ୍ୟକ୍ଷ ଅମଜାଦ ଖାଁ, ରଣପୁର ବ୍ଲକ କଂଗ୍ରେସ ସଭାପତି ସରପଞ୍ଚ ଦିଲ୍ଲୀପ କୁମାର ଜେନା, ଦଶପଲ୍ଲା ବ୍ଲକ କଂଗ୍ରେସ ସଭାପତି ବୁଲୁ ପରିଡା, ଯୁବ କଂଗ୍ରେସ ନେତା ଚନ୍ଦନ ମହାଳିକ, ଅବଦୁଲ ନିଜାମ, ନୂଆଗାଁ ବ୍ଲକ କଂଗ୍ରେସ ସଭାପତି ଅଶୋକ ନାୟକ ପ୍ରମୁଖଙ୍କ ସମେତ ୫୦ ଦଳୀୟ କର୍ମକର୍ତ୍ତା କୋଭିଡ ନିୟମ ପାଳନ ସହ ଶାନ୍ତିପୂର୍ଣ୍ଣ ବିକ୍ଷୋଭରେ ଅଂଶଗ୍ରହଣ କରିଥିଲେ l ସରକାର ଯଦି ସେମାନଙ୍କ ଦାବୀ ପୂରଣ ନକରନ୍ତି ଆଗକୁ ପୁଣି ଜୋରଦାର ଆନ୍ଦୋଳନ ହେବ ବୋଲି କଂଗ୍ରେସ ତରଫରୁ ସୂଚନା ଦିଆଯାଇଛି l

Leave a Reply

Your email address will not be published. Required fields are marked *