ଆଜାଦ ହିନ୍ଦ ସେନାର ପ୍ରତିଷ୍ଠା ଦିବସ ପାଳନ !!!

0
236
Spread the love

କଟକ ( ଆୱାଜ ମିଡ଼ିଆ ) – ପ୍ରିୟବ୍ରତ ପଟ୍ଟନାୟକ : କଟକ ରେ ଆଜାଦ ହିନ୍ଦ ସେନାର ପ୍ରତିଷ୍ଠା ଦିବସ ପାଳନ . ୧୯୪୩ ମସିହା ଆଜି ର ଦିନରେ ସିଙ୍ଗାପୁର ରୁ ସ୍ୱତନ୍ତ୍ର ଭାରତ ର ପ୍ରଥମ ସରକାର , ଆଜାଦ ହିନ୍ଦ ସରକାର ର ସ୍ଥାପନ କରିଥିଲେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ . କଟକ ସିଡିଏ ସେକ୍ଟର – ୬ ଜୟ ପ୍ରକାଶ ନାରାୟଣ ପାର୍କ ଠାରେ ରାଷ୍ଟ୍ରୀୟ ନେତାଜୀ ମିଶନ ତରଫରୁ ଆଜାଦ ହିନ୍ଦ ସେନାର ପ୍ରତିଷ୍ଠା ଦିବସରେ ଆଜାଦ ହିନ୍ଦ ସେନାର ପତାକା ଉତ୍ତୋଳନ କରାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା ମୁଖ୍ୟ ବକ୍ତା, ସମ୍ମାନୀୟ ଅତିଥି ଡ଼ଃ ବିମଳେନ୍ଦୁ ଦାସ, ସମ୍ମାନିତ ଅତିଥି ବରିଷ୍ଠ ଆଇନଜୀବୀ ଶିଶିର ଦାସ ଓ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ଯୋଗଦାନ କରିଥିଲେ । ଆଜାଦ ହିନ୍ଦ ପତାକା ଉତ୍ତୋଳନ ସମୟରେ ରେଭେନ୍ସା କଲେଜ ର ପୂର୍ବତନ ଅଧକ୍ଷ ଡ଼ଃ ଅନନ୍ତ ଚରଣ ସାହୁ , ବହୁ ବରିଷ୍ଠ ନାଗରିକ ବୁଦ୍ଧିଜୀବୀ ଓ ସାମାଜିକ କର୍ମୀମାନେ ଉପସ୍ଥିତ ଥିଲେ । ଆଇନଜୀବୀ ମହେନ୍ଦ୍ର ମହାପାତ୍ର ଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ଶିତିକଣ୍ଠ ମହାନ୍ତି, ଆଶୁତୋଷ ସିଂ, ପ୍ରିୟବ୍ରତ ପଟ୍ଟନାୟକ,ସଂଗ୍ରାମ ସିଂ, ନିହାର କାନ୍ତ ଗୁମାନ ସିଂ, ଦେବୀ ପ୍ରସାଦ ମହାପାତ୍ର , ଜଗନ୍ନାଥ ସାହୁ, ବିଜେପିର ବରିଷ୍ଠ ନେତା ଲଲଟେନ୍ଦୁ କୁମାର ବଡୁ ପ୍ରମୁଖ ଉପସ୍ଥିତ ରହିଥିଲେ ।

LEAVE A REPLY

Please enter your comment!
Please enter your name here