ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ଲିଙ୍ଗରାଜ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଚିଠା ଭୋଟର ତାଲିକା 2022 ପ୍ରକାଶିତ ହୋଇଯାଇଛି । ବୈଠକରେ ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା, ଉପ ଜିଲ୍ଲାପାଳ ଦିଲ୍ଲୀପ କୁମାର ମହାରଣା ସରକାରୀ ନିର୍ବାଚନ ଅଧିକାରୀ ଅଚ୍ୟୁତାନନ୍ଦ ଜାନୀ ଓ ରାଜନୈତିକ ଦଳର ପ୍ରତିନିଧି ମାନେ ଉପସ୍ଥିତ ଥିଲେ । ଭାରତୀୟ ନିର୍ବାଚନ କମିଶନରଙ୍କ ମାର୍ଗଦର୍ଶିକା ପ୍ରକାରେ ଆଜି ଠାରୁ ମୂଳ ଭୋଟର ସଂଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି।ଏହି ପ୍ରକ୍ରିୟା 1.11. 2021 ତାରିଖ ଠାରୁ 30.11. 2021 ପର୍ଯ୍ୟନ୍ତ ଚାଲୁ ରହିବ। ଏହି ସମୟ ମଧ୍ୟରେ ଭୋଟର ମାନେ ଫର୍ମ 6 ନିଜର ନାମକୁ ପଞ୍ଜିକରଣ , ଫର୍ମ 7 ରେ ବାଦ , ଫର୍ମ 8 କ ରେ ନିଜ ନିର୍ବାଚନ ମଣ୍ଡଳୀର ଗୋଟିଏ ଭାଗରୁ ଅନ୍ୟ ଭାଗକୁ ସ୍ଥାନାନ୍ତର କରି ପାରିବେ ।

ଆସନ୍ତା 7. 11.2021 ରବିବାର ଓ 21.11.2021 ରବିବାର ଦିନ ସ୍ୱତନ୍ତ୍ର ପ୍ରଚାର ଅଭିଯାନ ଦିନ ଭାବରେ ପାଳନ କରାଯିବ । ଉକ୍ତ ଦିନ ବୁଥ ସ୍ତରୀୟ ଅଧିକାରୀ ମାନେ ଦିବା 10 ଘଟିକା ଠାରୁ ଦିବା 5 ଘଟିକା ପର୍ଯ୍ୟନ୍ତ ଭୋଟର ମାନଙ୍କ ଠାରୁ ଫର୍ମ ଗ୍ରହଣ କରିବେ । ବୈଠକରେ ଜିଲ୍ଲାପାଳ ଯୁବ ଭୋଟର ମାନଙ୍କ ନାମ ଯୋଗ ଏବଂ ବାଦ ପଡିଥିବା ଭୋଟମାନଙ୍କୁ ପ୍ରାଧାନ୍ୟ ଦେବାକୁ କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ବୁଥ ସ୍ତରୀୟ ଏଜେଣ୍ଟ ମାନଙ୍କୁ ପ୍ରତ୍ୟେକ ବୁଥରେ ନିଯୁକ୍ତି ଦେବା ପାଇଁ ରାଜନୈତିକ ଦଳ ମାନଙ୍କୁ କହିଥିଲେ । ଉପ ଜିଲ୍ଲାପାଳ ଭୋଟର ହେଲ୍ପଲାଇନ ଆପ ର ଉପଯୋଗୀତା ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ . ବୈଠକରେ ବୁଥ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ କୁ ସଫଳ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ବୈଠକରେ ସୂଚନା ଲୋକ ସମ୍ପର୍କ ଅଧିକାରୀ ସ୍ଵରାଜ୍ୟ ଶିଶା ଏବଂ ନିର୍ବାଚନ ବିଭାଗର ଅଧିକାରୀ ମାନେ ପ୍ରମୁଖ ଉପସ୍ଥିତ ଥିଲେ ।

