କ୍ରିଏଟିଭ ଆର୍ଟସ ପକ୍ଷରୁ ସ୍ୱତନ୍ତ୍ର ନାଟ୍ୟ କର୍ମଶାଳା ଆୟୋଜିତ !!!

0
211

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡିର ଅଗ୍ରଣୀ ନାଟ୍ୟ ସଂଗଠନ କ୍ରିଏଟିଭ ଆର୍ଟସ ସ୍ଥାନୀୟ କବିଚନ୍ଦ୍ର ସାହି ସ୍ଥିତ କବିଚନ୍ଦ୍ର ପାଠାଗାର ଠାରେ ଏକ ସ୍ବତନ୍ତ୍ର ନାଟ୍ୟ କାର୍ମଶାଳା ଆୟୋଜିତ ହୋଇଥିଲା, ଏହି କର୍ମଶାଳାରେ ଓଡିଆ ନାଟକ କୁ ବିଭିନ୍ନ ରାଜ୍ୟ ଓ ବିଶ୍ୱ ର ବିଭିନ୍ନ ଦେଶ ରେ ପ୍ରଚାର ପ୍ରସାର କରିଥିବା ବରିଷ୍ଟ ନାଟ୍ୟକାର ତଥା ନିର୍ଦେଶକ ସୁବୋଧ ପଟ୍ଟନାୟକ ଯୋଗ ଦେଇ ଓଡ଼ିଆ ନାଟକ ଇତିହାସ ରେ ପାରଳା ର ଭୂମିକା, ଆଧୁନିକ ଓଡ଼ିଆ ନାଟକ, ଭାରତୀୟ ନାଟକ ଶୈଳୀ ଓ ବିଶ୍ୱ ର ବିଭିନ୍ନ ଦେଶ ର ନାଟକ ର ବିଷୟବସ୍ତୁକୁ ବୁଝାଇଥିଲେ, ସେହିପରି ଫ୍ରାନ୍ସ, ଇଟାଲୀ, ସୁଇଜରଲ୍ୟାଣ୍ଡ, ଫିନଲ୍ୟାଣ୍ଡ ଇତ୍ୟାଦି ଦେଶ ର କଳାକାର ଆଉ ଦଶର୍କ ଓ ଆମ ଦେଶ ରେ କଳାକାର, ଦର୍ଶକ ଙ୍କ ମଧ୍ୟରେ କିପରି ପ୍ରଭେଦ ରହିଛି ଆଲୋଚାନା କରିଥଲେ .

କର୍ମଶାଳା ରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଟ୍ୟକାର ତଥା ନିର୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ, କ୍ରିଏଟିଭ ଆର୍ଟସ ର ସଭାପତି ନୃସିଂହ ଚରଣ ପଟନାୟକ, ନିର୍ଦେଶକ ଅର୍ଜୁନ ନାୟକ, ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଙ୍ଗୀତ ନିର୍ଦ୍ଦେଶକ ଗୁରୁ ରଘୁନାଥ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ, କାର୍ଯ୍ୟକ୍ରମ ଦୁଇଟି ପର୍ଯ୍ୟାୟ ରେ ଆୟୋଜନ ହୋଇଥିଲା, ପ୍ରଥମେ ବିଭିନ୍ନ ଅନୁଷ୍ଠାନ ର ନୂତନ ଓ ଯୁବ କଳାକାର ଙ୍କୁ ନେଇ ଶେଷ ହେବା ପରେ ଦ୍ଵିତୀୟ ପର୍ଯ୍ୟାୟରେ ଅଭିଜ୍ଞ କଳାକାର ମାନେ ଉପସ୍ଥିତ ରହି କର୍ମଶାଳା ରେ ଶିକ୍ଷା ନେବା ସହ ନିଜ ମତ ଉପସ୍ଥାପନା କରିଥିଲେ, ଉଭୟ ପର୍ଯ୍ୟାୟ କୁ ଅନୁଷ୍ଠାନ ର ସମ୍ପାଦକ ମନୋଜ ପାଢ଼ୀ ସଂଯୋଜନା କରିଥିଲେ, କର୍ମଶାଳା ଶେଷରେ କ୍ରିଏଟିଭ ଆର୍ଟସ ପକ୍ଷରୁ ନାଟ୍ୟକାର ତଥା ନିର୍ଦେଶକ ସୁବୋଧ ପଟ୍ଟନାୟକଙ୍କୁ ସମ୍ବର୍ଧନା ଦିଆଯାଇଥିଲା। ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସହର ର ବହୁ ଯୁବ ଓ ନୂତନ କଳାକାରଙ୍କ ସହ ଆୟୋଜକ ଅନୁଷ୍ଠନର କଳାକାର ମାନେ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here