ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ଶୋଭାଯାତ୍ରା !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ କ୍ୟାଣ୍ଡେଲ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପାରଳା ଜଗନ୍ନାଥ ମନ୍ଦିର ନିକଟରୁ ଏକ ପଦଯାତ୍ରା ବିଜେପି ମହିଳା ସଭାପତି ପି. ଲତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏଥିରେ ପାରଳା ବିଧାୟକ କେ. ନାରାୟଣ ରାଓ, ଜିଲ୍ଲା ସମ୍ପାଦକ କେ.ପୁଣ୍ୟବତୀ, ଜିଲ୍ଲା ଉପ ସଭାପତି ଜଗନ୍ନାଥ ମହାପାତ୍ର, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ ପାଳ, ଜିଲ୍ଲା ସାଧାରଣ ସମ୍ପାଦକ ଅରୁଣିମା ସାହୁ, ଯୁବ ସଭାପତି ସନ୍ତୋଷ କୁମାର ଜେନା ଙ୍କ ସମେତ ବିଜେପି କର୍ମୀମାନେ କ୍ୟାଣ୍ଡେଲ ଶୋଭାଯାତ୍ରା ବଡ଼ ଦାଣ୍ଡ ରୁ ବାହାରି ବଜାର ଛକ ଠାରେ ପହଞ୍ଚିଥିଲେ । ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦେବା ପାଇଁ ଓ ଏଥିରେ ସଂପୃକ୍ତ ଥିବା ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଙ୍କୁ ତୁରନ୍ତ ବହିଷ୍କାର ଗିରଫ ଓ ସିବିଆଇ ତଦନ୍ତ ଦାବୀ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଏହି କ୍ୟାଣ୍ଡେଲ ପଦଯାତ୍ରା କରାଯାଇ ଥିବାର ଦେଖିବାକୁ ମିଳିଛି ।

Leave a Reply

Your email address will not be published. Required fields are marked *