ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ଢେଙ୍କାନାଳ ସହରରେ ବିଭିନ୍ନ ସ୍ଥାନରେ ପାଳିତ ହୋଇଯାଇଛି ମା କାଳୀଙ୍କ ପୂଜା . ଫରେଷ୍ଟ ଅଫିସ ଏବଂ ରେଲୱେ କଲୋନୀ ମଧ୍ୟରେ ରୀତିନୀତି ପରମ୍ପରା ଅନୁସାରେ କାଳୀପୂଜା ଅନୁଷ୍ଠିତ ହୋଇଯାଇଛି । ବିଳମ୍ବିତ ରାତିରେ ମା ‘ ଙ୍କର ଚକ୍ଷୁ ଦାନ, ଷୋଳଷ ଉପଚାର ପୂଜା କରାଯାଇ ମା ‘ ଙ୍କୁ ବିଭିନ୍ନ ପ୍ରକାର ଫୁଲହାରରେ ସଜିତ କରାଯାଇଥିଲା . ବିଭିନ୍ନ ମଣ୍ଡଳ ପୂଜା, ଅଧିବାସ ପୂଜା ସହ ସପ୍ତଚଣ୍ଡୀ ଆହୁତି ପୂଜାବିଧି ସମ୍ପନ୍ନ କରାଯାଇଥିଲା । ମା ‘ ଙ୍କ ପାଖେ ମିଠା ଫଳମୂଳ ଭୋଗ ଲାଗି କରାଯାଇଥିଲା । କୋଭିଡ଼ ଗାଇଡ଼ ଲାଇନ ଅନୁସାରେ ପୂଜା ମଣ୍ଡପରେ ୭ ଜଣ ସଦସ୍ୟ ରହିବା , ମୂର୍ତ୍ତି ର ଉଚ୍ଚତା ଚାରି ଫୁଟ ମଧ୍ୟରେ ରଖାଯାଇଥିଲା ।
ଢେଙ୍କାନାଳରେ କାଳୀପୂଜା ଅନୁଷ୍ଠିତ !!!

