ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ବ୍ଲକ ଅନ୍ତର୍ଗତ ମାଛିପଡ଼ା ଗ୍ରାମପଞ୍ଚାୟତ ସ୍କୁଲ ପଡ଼ିଆରେ ୭୦ ତମ ରାଜ୍ୟସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଉତ୍ସବରେ ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତି କରଣ , ମତ୍ସ୍ୟ ଓ ପ୍ରାଣୀ ସମ୍ପଦ , ଉଚ୍ଚ ଶିକ୍ଷା ମନ୍ତ୍ରୀ ଡଃ.ଅରୁଣ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିବା ବେଳେ ରାଜ୍ୟ ସରକାରଙ୍କର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଶାସନ ସଚିବ ଆର. ରଘୁପ୍ରସାଦ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ । ପ୍ରାଣୀ ସମ୍ପଦ ନିର୍ଦ୍ଦେଶକ ୟେଦୁଲା ବିଜୟେ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ୧୦୦ରୁ ଉର୍ଦ୍ଧ୍ୱ ଗୋ ପାଳକ ଯୋଗ ଦେଇଥିଲେ । ଡ.ସାହୁ ଗୋ ପାଳନ , ଗୋ ମାତାଙ୍କ ସେବା କରିବା , ଗୋମାତାଙ୍କୁ ସୁରକ୍ଷା ଦେବା ଉପରେ ବକ୍ତବ୍ୟ ରଖିଥିଲେ । ପୁରାଣ ସାହିତ୍ୟ ସଂସ୍କୃତି ଗୋପାଳନ ସହିତ ଅନେକ ଭାଷା ଓ ଅନୁଭାଷା ଜଡ଼ିତ ହୋଇ ରହିଛି । ଗୋ ପାଳନର ଉପକାରିତା ଉପରେ ମନ୍ତବ୍ୟ ରଖିଥିଲେ ରାଜ୍ୟ ସରକାର କୃଷି ଓ କୃଷକ ସଶକ୍ତି କରଣକୁ ଅଧିକ ଗୁରୁତ୍ଵ ଦେଇଛନ୍ତି । ରାଜ୍ୟ ସରକାରଙ୍କର ଅନେକ ପଦକ୍ଷେପ ଆଜି ଓଡ଼ିଶା ସାରା ଭାରତ ବର୍ଷରେ ଏକ ନମ୍ବର ହୋଇ ରହିଛି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କର ଆୟ କିପରି ବୃଦ୍ଧି ସେ ଉପରେ ଗୁରୁତ୍ଵ ଦେଇଛନ୍ତି । ରାଜ୍ୟର ମୋଟ ଜନ ସଂଖ୍ୟାର ଅଧିକାଂଶ ହେଉଛନ୍ତି ଚାଷୀ । ଚାଷୀ ମାନେ ରୋଜଗାରକ୍ଷମ ହେଲେ ସାରା ପୃଥ୍ବୀ ବର୍ଷରେ ଓଡ଼ିଶା ଏକ ସ୍ବତନ୍ତ୍ର ପର୍ଯ୍ୟୟ ସୃଷ୍ଟି କରିବ । ରାଜ୍ୟ ଏବେ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଲାଭ କରିଛି । ଗହମ , ମାଣ୍ଡିଆ , ମାଛ , ସଜନା , ମକା , ବାଜରା , ଚାଉଳ ପରି ପ୍ରତ୍ୟେକ କ୍ଷେତ୍ରରେ ରାଜ୍ୟ ଏବେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି । କରୋନା ସମୟରେ ବିଦେଶ କାର୍ଯ୍ୟ କରୁଥିବା ଅନେକ ଶିକ୍ଷିତ ଯୁବକ ଯୁବତୀ ନିଜଦେଶକୁ ଫେରି ଆସି ଏବେ କୃଷି କ୍ଷେତ୍ର ଉପରେ ଅଧିକ ଗୁରୁତ୍ଵ ଦେଉଛନ୍ତି । ଯାହା ରାଜ୍ୟ ପାଇଁ ଏକ ଶୁଭ ଖବର । କରୋନା ମହାମାରୀ ସମୟରେ ଲୋକେ ଖାଦ୍ୟ ପାଇଁ ଡହଳ ବିକଳ ହେଉଥିବା ବେଳେ ଅନେକ ଲୋକ କୃଷିକୁ ବିକଳ୍ପ ଭାବେ ଗ୍ରହଣ କରିଛନ୍ତି । ଗୋ ପାଳନ କ୍ଷେତ୍ରରେ ଓଡ଼ିଶା ଏବେ ଏକ ମାଇଲ ଖୁଣ୍ଟ ହେବାକୁ ଯାଉଛି । ରାଜ୍ୟରେ କ୍ଷୀର ଉତ୍ପାଦନ ପରିମାଣ ଏବେ ବୃଦ୍ଧି ପାଇଛି । ପଞ୍ଚାୟତ ସ୍ତରରେ ଯେଉଁ ନେତୃତ୍ବ ମାନେ ରାଜନିତୀ କରୁଛନ୍ତି ସେମାନେ ଜନସାଧାରଣଙ୍କୁ ସମନ୍ୱିତ କୃଷି ଉପରେ ସଚେତନତା କରିବା ପାଇଁ ଡଃ.ସାହୁ ପରାମର୍ଶ ଦେଇଥିଲେ । ଉକ୍ତ ସଭାରେ ନୟାଗଡ଼ ଜିଲ୍ଲାପାଳ ଡଃ . ପୋମା ଟୁଡୁ ରାଜ୍ୟ ସରକାରଙ୍କର ବିଭିନ୍ନ ହିତକାରୀ ଯୋଜନା ଉପରେ ବକ୍ତବ୍ୟ ରଖୁଥିଲେ ।
ଉକ୍ତ ଉତ୍ସବରେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସୁବାଷ ଚନ୍ଦ୍ର ରାୟ , ନୟାଗଡ଼ ବ୍ଲକ ଅଧ୍ୟକ୍ଷା ଗୋଲାପ ଦଳବେହେରା , ଉପାଧ୍ୟକ୍ଷ ସୁବାଷ କଅଁର , ସ୍ଥାନୀୟ ସରପଞ୍ଚ ପରିକ୍ଷୀତ ମହାପାତ୍ର , ସମିତି ସଭ୍ୟ ଦେବରାଜ ବେହେରା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ଉତ୍ସବରେ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧୂକାରୀ ସତ୍ୟନାରାୟଣ ପଣ୍ଡା ପରିଚୟ ପ୍ରଦାନ କରିବା ସହ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ଉପରେ ବକ୍ତବ୍ୟ ରଖୁଥିଲେ । ଜିଲ୍ଲା ସ୍ତରର ବହୁ ପଦାଧିକାରୀ କୃଷକ ଉକ୍ତ ଉତ୍ସବରେ ସାମିଲ ହୋଇଥିଲେ ଜିଲ୍ଲାର ୮ଟି ବ୍ଲକର ଗୋ ପାଳନ କରି ଉପକୃତ ହୋଇଥିବା ଚାଷୀଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ତତ୍ ସହିତ ଉକ୍ତ ଉତ୍ସବକୁ ଗୋମାତା ମାନଙ୍କୁ ଆଣିଥିବା ଗୋ ପାଳକ ମାନଙ୍କ ମଧ୍ୟରୁ ୩ ଜଣ ଗୋପାଳକଙ୍କୁ ସର୍ବଶ୍ରେଷ୍ଠ ଗୋପାଳକ ଭାବେ ସମ୍ବର୍ଦ୍ଧନା କରାଯାଇଥିଲା । ଉକ୍ତ ଉତ୍ସବରେ ଯୋଗ ଦେଇଥିବା ସମସ୍ତ ଜନ ସାଧାରଣଙ୍କୁ ଗୋ ପାଳନ ସମ୍ପର୍କରେ ସଚେତନତା କରାଇବା ପାଇଁ ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।