ମାନବିକ ଅଧିକାର ସାମ୍ମୁଖ୍ୟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା !!!

0
250

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ଜିଲ୍ଲା ସଂଯୋଜକ ଏଡଭୋକେଟ ଶ୍ରୀ ଦୁର୍ଯ୍ୟୋଧନ କରାଡ଼ଙ୍କ ସଭାପତିତ୍ୱରେ ଉପାନ୍ତ ଅଞ୍ଚଳରେ ଭାଷା ଆନ୍ଦୋଳନର ଜାଗ୍ରତ ପ୍ରହରୀ ଅବସରପ୍ରାପ୍ତ ପ୍ରଶାସକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ରାଜ୍ୟ ଆବାହକ ତଥା ହାଇକୋର୍ଟର ବରିଷ୍ଠ ଏଡଭୋକେଟ ଶ୍ରୀ ରାଜୀବ କୁମାର ପଟ୍ଟନାୟକ ଏବଂ ନେସନାଲ ହ୍ୟୁମାନ ରାଇଟ୍ସ କମିଶନ ନୂଆଦିଲ୍ଲୀ ସଦସ୍ୟ ଶ୍ରୀ ମନୋଜ କୁମାର ଜେନା ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ।

ଅତିଥିମାନେ ମୁଖ୍ୟତଃ ମାନବିକ ଅଧିକାର କଣ , ମାନବିକ ଅଧିକାର କିଭଳି କ୍ଷୁର୍ଣ୍ଣ ଓ ଉଲଂଘନ ହୋଇଥାଏ , ଏହାର ସୁରକ୍ଷାର ଉପାୟ ଓ ପ୍ରଶାସନିକ ବ୍ୟବସ୍ଥା କିଭଳି ହେବା ଆବଶ୍ୟକ ଏବଂ ଜନ୍ମଠାରୁ ମୃତ୍ୟୁ ପର୍ଯ୍ୟନ୍ତ ପ୍ରତ୍ୟେକ ମନୁଷ୍ୟ ସମାଜରେ କିଭଳି ସ୍ୱାଭିମାନର ସହ ବଞ୍ଚିବେ, ସେ ସମ୍ପର୍କରେ ବିସ୍ତୃତ ଭାବେ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଶିଶୁ କଲ୍ୟାଣ ସମିତିର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ବିନୋଦ ଚନ୍ଦ୍ର ଜେନା ଏବଂ ଅଡ଼ବା ଥାନାଧିକାରୀ ଶ୍ରୀ ଆନନ୍ଦ ଚନ୍ଦ୍ର ପାତ୍ର ପ୍ରମୁଖ ମଞ୍ଚାସୀନ ଅତିଥି ଭାବେ ଯୋଗଦେଇ ମାନବିକ ଅଧିକାର କଣ ଓ ତାର ଉଲଂଘନ ହେଲେ କି ପ୍ରକାର ଓ କିଭଳି ପଦକ୍ଷେପ ନେବାକୁ ହେବ କହିଥିଲେ । ଅନ୍ୟ ପକ୍ଷରେ ଆମେ ଆମର ଅଧିକାର ପାଇବା ପାଇଁ ସଂଗଠିତ ଓ ସଚେତନ ହେଲେ ସମାଜରେ କେହି ହେଲେ ମାନବିକ ଅଧିକାରରୁ ବଞ୍ଚିତ କି ଲାଂଛିତ ହେବେ ନାହିଁ ବୋଲି କହିଥିଲେ । ଶେଷରେ ଶ୍ରୀ ମଧୁସୂଦନ ପାଢ଼ୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶାନ୍ତ ବୀର , ରବୀନ୍ଦ୍ର କୁମାର ନାୟକ , ୟୁ .ଦୋରା , ଶରତ ଚନ୍ଦ୍ର ମଲ୍ଲିକ , ପ୍ରମିଳା ପଣ୍ଡା , ସନ୍ତୋଷ କୁମାର ଗୌଡ଼ , ଲକ୍ଷ୍ମଣ ଚୌଧୁରୀ ପ୍ରମୁଖଙ୍କ ସମେତ ୬ ଟି ବ୍ଲକରେ ଥିବା ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆର ସଦସ୍ୟ ମାନେ ଯୋଗ ଦେଇଥିଲେ । ଶେଷରେ ପ୍ରଶ୍ନୋତ୍ତର କାର୍ଯକ୍ରମ ଅନୁଷ୍ଠିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here