ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାରତ ସରକାରଙ୍କ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରଣାଳୟ ଅଧୀନରେ ଥିବା ନେହେରୁ ଯୁବକେନ୍ଦ୍ର , ନୟାଗଡ଼ ସହଯୋଗରେ ଭାପୁର ଅଞ୍ଚଳର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଅରୋହୋମ ଫାଉଣ୍ଡେସନ ଦ୍ୱାରା ୟୁଥ୍ କ୍ଲବ ବିକାଶ କାର୍ଯ୍ୟକ୍ରମ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଗତ ପାଞ୍ଚଦିନ ଧରି ଅନୁଷ୍ଠାନର ଦୁଇଜଣ ଲେଖାଏଁ ୫ ଟି ଟିମ୍ ଗାଁ ଗାଁ ବୁଲିଥିଲେ। ଏହାର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଗ୍ରାମାଞ୍ଚଳରେ ଯୁବକ ମାନଙ୍କୁ ନେଇ ୟୁଥ୍ କ୍ଲବ ଗଠନ କରିବା ।

ଆଜିର ବୈଠକରେ ୟୁଥ୍ କ୍ଳବ୍ ର ସଭାପତି ସରୋଜକାନ୍ତ ସାହୁ ଗଠନ ହୋଇଥିବା ୟୁଥ୍ କ୍ଳବ୍ ର ବିବରଣୀ ପଠନ କରିଥିଲେ । ବିଗତ ପାଞ୍ଚ ଦିନରେ ଉକ୍ତ ୫ଟି ଟିମ୍ ଗାଁ ଗାଁ ବୁଲି ପାଖାପାଖି ୨୦ଟି ୟୁଥ୍ କ୍ଳବ୍ ଗଠନ କରିଥିଲେ ଓ ନେହେରୁ ଯୁବ କେନ୍ଦ୍ର ସଂଗଠନ ବିଷୟରେ ଯୁବକ ମାନଙ୍କୁ ଅବଗତ କରାଇଥିଲେ । ପରିଶେଷରେ ସଭାପତିଙ୍କ ଦ୍ଵାରା ଉପସ୍ଥିତ ଥିବା ସମସ୍ତ ୟୁଥ୍ କ୍ଳବ୍ ର ସଦସ୍ୟମାନଙ୍କୁ ଧନ୍ୟବାଦ ଅର୍ପଣ ପୂର୍ବକ ସଭା ସମାପ୍ତ କରାଯାଇଥିଲା ।

