ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ବଣ୍ଟନର ୬୦୦ ତମ ଦିବସର ୨୪ତମ ସମୀକ୍ଷା ବୈଠକ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ମହାମାରୀ କରୋନାରୁ ମୁକ୍ତି ପାଇବା ନିମନ୍ତେ ଗତ ୨୨ ମାର୍ଚ୍ଚ ୨୦୨୦ ମସିହାରୁ ଅଦ୍ୟାବଧି ନିରବଚ୍ଛିନ୍ନ ଭାବରେ ଦୀର୍ଘ ୬୦୦ ଦିନ ଧରି ଲୋକମାନଙ୍କୁ ସଚେତନ କରାଯିବା ସହ ରିଲିଫ ସାମଗ୍ରୀ ବଣ୍ଟନ କରାଯାଉଛି । ପ୍ରତି ୨୫ ଦିନରେ ଏହି ସମସ୍ତ କାର୍ଯ୍ୟକ୍ରମର ସମୀକ୍ଷା ବୈଠକ କରାଯାଉଥିବା ବେଳେ, ଏହି କାର୍ଯ୍ୟକ୍ରମର ୨୪ ତମ ସମୀକ୍ଷା ବୈଠକ ସ୍ଥାନୀୟ ମଙ୍ଗଳପୁରସ୍ଥିତ ଡ଼ଲଫିନ ଡ୍ୟାନ୍ସ ସ୍କୁଲ ଆଣ୍ଡ ଗ୍ରୁପ ପରିସରରେ ଇତି ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ସମୀକ୍ଷା ବୈଠକରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ସମୀକ୍ଷକ ଭାବରେ ଫାଉଣ୍ଡେସନର ସଦସ୍ୟ ତଥା କାର୍ଯ୍ୟକ୍ରମ ସଂଯୋଜକ ମାଷ୍ଟର ମିହିର କୁମାର, ଶ୍ରୀମତୀ ମଧୁସ୍ମିତା ନାୟକ, ଶ୍ରୀମତୀ ତୁଳସୀ ମଲ୍ଲିକ, ଶଶିକାନ୍ତ ନାୟକ, ସୁରେନ୍ଦ୍ର ପାଣ୍ଡବ ଆଦି ଯୋଗଦାନ କରି ଦୀର୍ଘ ୬୦୦ତମ ଦିବସର କରୋନା ସଚେତନତା ଓ ରିଲିଫ ବଣ୍ଟନ କାର୍ଯ୍ୟକ୍ରମର ସମୀକ୍ଷା କରିବା ସହ ଜାତି, ଧର୍ମ, ଦଳ ମତ ନିର୍ବିଶେଷରେ ସ୍ଵତପ୍ରବୃତ ଭାବରେ ସମାଜର ବିକାଶ ପାଇଁ ଯୁକ୍ତାତ୍ମକ ବିଚାରଧାରାରେ କାର୍ଯ୍ୟ କରିବାକୁ ଆଗ୍ରହୀ ଯୁବ ପିଢିଙ୍କୁ ଏହି ସଙ୍ଗଠନ ସହ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ।

Leave a Reply

Your email address will not be published. Required fields are marked *