ବାଟବଣା ହୋଇଛି ସ୍ୱଚ୍ଛ ଭାରତ ମିଶନ : ପାଇଖାନା ଟଙ୍କା ହଡ଼ପ !!!

Spread the love

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବୁରଧର ବେହେରା : କଟକ ଜିଲ୍ଲା ସାଲେପୁର ବ୍ଲକ ଛାଣିପୁର ପଞ୍ଚାୟତ ର କେନ୍ଦ୍ରସରକାର ଙ୍କ ସ୍ୱଚ୍ଛ ଭାରତ ମିଶନ ଯୋଜନାରେ ପାଇଖନା ନିର୍ମାଣରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ଆସିଛି । ପଞ୍ଚାୟତ ରେ ବହୁ ହିତାଧିକାରୀ ପାଇଖାନା ନିର୍ମାଣ କାର୍ଯ୍ୟାଦେଶ ପାଇଁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପରେ ମଧ୍ୟ ଦିର୍ଘ ବର୍ଷ ହୋଇଯିବ ନିଜର ପ୍ରାପ୍ୟ ଅର୍ଥ ପାଇ ପାରିନାହାନ୍ତି । ପଞ୍ଚାୟତ ରୁ ଆରମ୍ଭ କରି ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଦୌଡ଼ି ଦୌଡ଼ି ନୟାନ୍ତ ହୋଇସାରିଥିଲେ ମଧ୍ୟ ଏ ମାନଙ୍କ କଥା କୋୖଣସି ସରକାରୀ ବାବୁ କର୍ଣ୍ଣପାତ କରୁନାହାନ୍ତି । ସରକାର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ସମୟରେ ଲୋକାଭିମୁଖୀ ଯୋଜନା ପରେ ଯୋଜନା କରୁଥିଲା ବେଳେ କିନ୍ତୁ ବାସ୍ତବରେ ସେ ସବୁ ଯୋଜନା କେତେ ଦୁର ଫଳପ୍ରଦ ହୋଇପାରୁଛି ତାହାର ସ୍ପଷ୍ଟ ଚିତ୍ର ଏହି ଛାଣିପୁର ପଞ୍ଚାୟତ ରେ ଦେଖିବାକୁ ମିଳିଛି । ହିତାଧିକାରୀ ମାନେ ଧାର କରଜ କରି ପାଇଖିନା ନିର୍ମାଣ କରିଥିଲା ବେଳେ ତାଙ୍କ ଟଙ୍କା ହଡ଼ପ କରାଯାଇଛି , ହିତାଧିକାରୀ ମାନେ ବିଡ଼ିଓ ଙ୍କୁ ଅଭିଯୋଗ ଜଣାଇଥିଲେ ମଧ୍ୟ ବିଡ଼ିଓ ଏକଥା କୁ କର୍ଣ୍ଣପାତ କରିନଥିଲେ । ଏ ନେଇ ଆମ ପ୍ରତିନିଧି ବିଡ଼ିଓ ଙ୍କ ସହିତ ଯୋଗାଯୋଗ କରିଥିଲେ ମଧ୍ୟ ସେ କୋୖଣସି ପ୍ରତିକ୍ରିୟା ଦେଇନାହାନ୍ତି । ଏହି ପାଇଖାନା ଦୁର୍ନିତି କୁ ନେଇ ସ୍ଥାନୀୟ ଲୋକମାନେ ଭିଜିଲାନ୍ସ ଙ୍କ ଦ୍ଵାରସ୍ଥ ହୋଇଛନ୍ତି । ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ କେତେ ଗୁରୁତ୍ଵ ନେଇ ହିତାଧିକାରୀ ମାନଙ୍କୁ ତାଙ୍କ ପ୍ରାପ୍ୟ ଅର୍ଥ ପ୍ରଦାନ କରୁଛନ୍ତି ।

Leave a Reply

Your email address will not be published. Required fields are marked *