ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ଭାରତ ସରକାରଙ୍କର ଯୁବ ଓ କ୍ରୀଡ଼ା ମନ୍ତ୍ରଣାଳୟ ଅଧୀନରେ ଆସୁଥିବା ନେହେରୁ ଯୁବ କେନ୍ଦ୍ର, ନୟାଗଡ଼ ଦ୍ଵାରା କରୋନା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ, ଜଗନ୍ନାଥ ସେବା ସମିତିର ସଦସ୍ୟମାନେ । ଅନୁଷ୍ଠାନର ସଦସ୍ୟମାନେ କପଡା ମାସ୍କ ଓ ସାନିଟାଇଜର ବଡ଼ସହରା ଗ୍ରାମରେ ଘରକୁ ଘର ବୁଲି ବାଣ୍ଟିଥିଲେ ଓ ଲୋକମାନଙ୍କୁ କରୋନା ବିଷୟରେ ସଚେତନ କରାଇଥିଲେ । କାର୍ଯ୍ୟକ୍ରମରେ ନେହେରୁ ଯୁବ କେନ୍ଦ୍ର ଭାପୁର ବ୍ଲକର ଜାତୀୟ ଯୁବ ସ୍ଵେଚ୍ଛାସେବୀ ସତ୍ୟବ୍ରତ ମହାରଣା ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଶୁଭସ୍ମିତା, ଡଲି, ଜୁଲି,ସସ୍ମିତା,ବ୍ରହ୍ମା,ରାଜୁ ପ୍ରମୁଖ ଅଂଶଗ୍ରହଣ କରିଥିଲେ ।
ନେହେରୁ ଯୁବ କେନ୍ଦ୍ର ସଂଗଠନ ତରଫରୁ କରୋନା ସଚେତନତା କାର୍ଯ୍ୟକ୍ରମ !!!

