ନୟାଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ବିପର୍ଯ୍ୟସ୍ତ ହୋଇ ପଡ଼ିଲାଣି ଗ୍ରାମ ରାସ୍ତାର ଅବସ୍ଥା . କୋଉଠି କଂକ୍ରିଟି ଭାଙ୍ଗି ଗଲାଣି ତ କୋଉଠି ରାସ୍ତାରେ ଖାଲ ସୃଷ୍ଟି ହୋଇ ପାଣି ଜମି ଲୋକ ପଡିଲେଣି || ଇଏ ହେଉଛି ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ଅନ୍ତର୍ଗତ ହରିପୁର ଗ୍ରାମପଞ୍ଚାୟତ ର ଭାଟସାହି ଗ୍ରାମର ରାସ୍ତାର ଦୃଶ୍ୟ || ରାସ୍ତାରେ ଯିବା ଆସିବା କରୁଥିବା ଲୋକ ମାନଙ୍କ କହିବା କଥା ଏଠି ପ୍ରଶାସନ ଅନ୍ଧ . ବାରମ୍ବାର ବିଭାଗୀୟ ଅଧିକାରୀ ଠାରୁ ଆରମ୍ଭ କରି ସ୍ଥାନୀୟ ପ୍ରଶାସନ ଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ୍ୟ କିଛି ପ୍ରଭାବ ପଡ଼ିନଥିବା ଅଭିଯୋଗ ହେଉଛି || ଯଦି ଗାଁ ର ରାସ୍ତା ତିଆରି ନ ହୁଏ ଆଗାମୀ ଦିନରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ କୁ ବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି ||