ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଠାରେ NATIONAL CHILDRENS’ SCIENCE CONGRESS ତରଫରୁ ପାରମ୍ପରିକ ଖାଦ୍ୟର ପୁଷ୍ଟିକର ମୂଲ୍ୟ ର ମହତ୍ତ୍ୱ ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ବିଶିଷ୍ଟ ବିଜ୍ଞାନ ଶିକ୍ଷକ, ତଥା ଜିଲ୍ଲା NCSCର ଶୈକ୍ଷିକ ସଂଯୋଜକ ବିନୋଦ ଚନ୍ଦ୍ର ଜେନା ଉପସ୍ଥିତ ରହି ନିଜ ବକ୍ତବ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପାରମ୍ପରିକ ଖାଦ୍ୟର ପୃଷ୍ଟିକର ମୂଲ୍ୟର ମହତ୍ତ୍ୱ ବୁଝେଇଥିଲେ ଏହି ଉପଲକ୍ଷେ ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟା ଶ୍ରୀମତୀ ଶ୍ରଦ୍ଧାମୟୀ ପାଢ଼ୀ ବିଦ୍ୟାର୍ଥୀ ମାନଙ୍କୁ ସୁସ୍ଥ ଶରୀର ନିମନ୍ତେ ପୃଷ୍ଟିକର ଖାଦ୍ୟର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ବିଦ୍ୟାଳୟର ଶିକ୍ଷାର୍ଥୀ ମାନଙ୍କୁ ନେଇ ନିକଟସ୍ଥ ଗ୍ରାମ ଗୁଡିକରେ ଏହିପରି ସଚେତନତା ମୂଳକ କାର୍ଯ୍ୟକ୍ରମ କରିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଗଲା । ସମସ୍ତ କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ସରୋଜ କୁମାର ପଣ୍ଡା ପରିଚାଳନା କରିଥିବା ବେଳେ ବିଦ୍ୟାଳୟର ବିଜ୍ଞାନ ଆଚାର୍ଯ୍ୟ ଦେବୀ ପ୍ରସାଦ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ସମସ୍ତ ଗୁରୁଜୀ ଗୁରୁମାଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସଫଳତାର ସହ ସମ୍ପାଦିତ ହୋଇଥିଲା ।
ପାରମ୍ପରିକ ଖାଦ୍ୟର ପୁଷ୍ଟିକର ମୂଲ୍ୟ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମ !!!

