ପାଇପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ପୁଲିସ ଏକ ପାଇପ୍ ବୋଝେଇ ପିକ୍ଅପ୍ ଭ୍ୟାନ୍ ଜବତ କରିଛି । ଏଥିରେ ସମ୍ପୃକ୍ତ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନା ଯେ, କଣିହାଁ ଥାନା ଅନ୍ତର୍ଗତ ଏନ୍ଟିପିସି ଆସପଣ୍ଡରୁ ସାଢ଼େ ୭ ଫୁଟ ଲମ୍ବ ୧୬ ଇଞ୍ଚ ଗୋଲେଇର ୧୦ଟି ପାଇପ୍ ଚୋରି କରି ଏକ ପିକ୍ଅପ୍ ଭ୍ୟାନ୍ ( ଓଡି-୧୯ଏସ୍- ୧୦୨୩ ) ରେ ନେଇ ଅନୁଗୁଳ ଯାଉଥିବା ବେଳେ ପୁଲିସ ପାଟ୍ରୋଲିଂ ଗାଡ଼ି ତାଙ୍କୁ ଧରି ଯାଞ୍ଚ କରିଥିଲା । ଉପଯୁକ୍ତ କାଗଜପତ୍ର ଦେଖାଇ ନପାରିବାରୁ ସେମାନଙ୍କ ନାମରେ ଏକ ମାମଲା ରୁଜୁ କରି ଗାଡ଼ି ଜବତ କରି ଏଥିରେ ସମ୍ପୃକ୍ତ ରେଙ୍ଗାଳି ଥାନା ଅନ୍ତର୍ଗତ ବଜ୍ରକୋଟ ଗାଁର ଚନ୍ଦ୍ରକାନ୍ତ ବେହେରା , କଣିହାଁ ଥାନା ଅନ୍ତର୍ଗତ ଭଇଁପୁର ଗାଁର ରଞ୍ଜନ ନାଏକ ଓ ଜଗବନ୍ଧୁ ନାଏକ ଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।

Leave a Reply

Your email address will not be published. Required fields are marked *