ମମିତା ମେହେରଙ୍କୁ ନ୍ୟାୟ ପ୍ରଦାନ ତଥା ବିଭିନ୍ନ ସମସ୍ୟା ନେଇ ସମାଜସେବୀ ଇଂ. ପ୍ରକାଶ ଚନ୍ଦ୍ରଙ୍କ ନେତୃତ୍ୱରେ ଦାବିପତ୍ର ପ୍ରଦାନ !!!

Spread the love

କଟକ ସଦର ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : କଟକ ସଦର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ବୟାଳିଶ ମୌଜା ଶାଖା ପକ୍ଷରୁ କଳାହାଣ୍ଡି ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଏବଂ ଘଟଣାରେ ସମ୍ପୃକ୍ତ ଥିବା ସମସ୍ତଙ୍କୁ ଦଣ୍ଡ ପ୍ରଦାନ, ସିସିଟିଭି କ୍ୟାମେରା ସମସ୍ତ ସ୍କୁଲ କଲେଜରେ ଲଗାଯିବା, ନାରୀ ସୁରକ୍ଷା, ବେଣ୍ଟକାର ଫାଣ୍ଡିରେ ମହିଳା ଡେସ୍କ ପାଇଁ ନାରୀ ପୋଲିସ କର୍ମଚାରୀ ନିଯୁକ୍ତି ଆଦି ବହୁ ସମସ୍ୟା ନେଇ ଏକ ଦାବିପତ୍ର ସଭାପତି ଇଂ.ପ୍ରକାଶ ଚନ୍ଦ୍ର ସେଠୀଙ୍କ ନେତୃତ୍ୱରେ ଡିଜିଙ୍କ ଉଦ୍ଦେଶ୍ୟରେ ବେଣ୍ଟକାର ଫାଣ୍ଡି ଅଧିକାରୀ ଜୟକୃଷ୍ଣ ବେହେରାଙ୍କୁ ପ୍ରଦାନ କରାଯାଇଛି ।

କୃଷକ ନେତା ଦେବୀପ୍ରସାଦ ପତି, ଅନିଲ ମହାପାତ୍ର, ଗାନ୍ଧୀଗୁରୁ ଦାସ, ଅଭିରାମ ଦଳାଇ, ଅସୀମ ଦାସ, ସୁରେଶ ଚନ୍ଦ୍ର ପ୍ରଧାନ, ଜ୍ଞାନ ରଞ୍ଜନ ବେଉରା, ଭାଗ୍ୟଧର ତ୍ରିପାଠୀ, ସୌମ୍ୟରଞ୍ଜନ ବେଉରା, ସାହିଲ ପ୍ରଧାନ, ଚିତ୍ତ ରଞ୍ଜନ ଲେଙ୍କା, ପ୍ରକାଶ ଭୋଇ, ରାଜଶ୍ରୀ ମିଶ୍ର, ଜୟନ୍ତୀ ସାହୁ, ସଂଯୁକ୍ତା ସାହୁ , ପଦ୍ମାବତୀ ଦାସ, ମୀରା ମାଲିକ, ସଞ୍ଜୟ ସେଠି, ଅକ୍ଷୟ ଦାସ, ସୁରେଶ ପ୍ରଧାନ, ଜ୍ଞାନ ରଞ୍ଜନ ବେଉରା, ସନ୍ତୋଷ ଭୋଇ, ବିଜୟ ସ୍ୱାଇଁ , ସୁଜିତ୍ ଦାସ, ସଲିଳ ଦାସ, ତୋଫାନ ବିଶ୍ୱାଳ , ଗକେନ୍ଦ୍ର ବେହେରା, ଅନ୍ୟାୟ ମହାପାତ୍ର, ଶରତ ଦାସ, ଶମ୍ଭୁ ବୌଠାଳୁ, ସଞ୍ଜୟ ସାହୁ ପ୍ରମୁଖ କାର୍ଯ୍ୟକର୍ତ୍ତା ଏବଂ ଶତାଧିକ ଜନତାଙ୍କ ଉପସ୍ଥିତରେ ଦାବିପତ୍ର ପ୍ରଦାନ କର ଯାଇଥିଲା ।

Leave a Reply

Your email address will not be published. Required fields are marked *