୬୧୫ ତମ ଦିବସରେ ପହଁଚିଲା ଚିନ୍ମୟ ଫାଉଣ୍ଡେସନର କରୋନା ସଚେତନତା ଓ ରିଲିଫ ସେବା !!!

0
183

10 total views , 1 views today

ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲା ଦଶରଥପୁର ସ୍ଥିତ ବାବଲପୁର ର ରାଜ୍ୟର ଅଗ୍ରଣୀ ସମାଜ କଲ୍ୟାଣକାରୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ପ୍ରାୟୋଜିତ ନିରବଚ୍ଛିନ୍ନ କରୋନା ସଚେତନତା ଓ ରିଲିଫ ଯୋଗାଣ ଇତିମଧ୍ୟରେ ୬୧୫ ତମ ଦିବସରେ ପହଁଚିଛି । ଏହି ଅବସରରେ ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଫାଉଣ୍ଡେସନ ଦ୍ୱାରା ପରିଚାଳିତ କାର୍ଯ୍ୟକ୍ରମ “ଆନ୍ତର୍ଜାତିକ ଶିଶୁ ସଙ୍ଗଠନ ଆଶା ଆକାଶ କ୍ଳବ” ର ଶିଶୁ ସଂଯୋଜକ ଶ୍ରୀମାନ ଶିବାଦିତ୍ୟ ଦାଶ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ୬୧୩ ତମ ଓ ୬୧୪ ତମ ଏହି ଦୁଇଦିନ ଧରି ଶିବାଦିତ୍ୟ ତାଙ୍କ ସାଥୀ ମାନଙ୍କ ସହ ନନ୍ଦିପୁର ଓ ଅସନପୁର ପଞ୍ଚାୟତର ଘର ଘର ବୁଲି ଲୋକମାନଙ୍କୁ ସଚେତନ କରାଇବା ସହ ମାକ୍ସ, ସାନିଟାଇଜର, ଓଆରଏସ ଆଦି ବିତରଣ କରିଥିବାର ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here