ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର !!!

Spread the love

ଅନୁଗୁଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଉତ୍କଳ ପ୍ରାଦେଶିକ ମାରୱାଡି ସମ୍ମିଳନୀ ଅନୁଗୋଳ ଶାଖା ପକ୍ଷରୁ ଏକ ନିଶୁଳ୍କ ସ୍ଵାସ୍ଥ୍ୟ ଶିବିର ଆସନ୍ତା ୩୦ ତାରିଖରୁ ଡିସେମ୍ବର ୩ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହେବାକୁ ଯାଉଛି । ଗାନ୍ଧିମାର୍ଗ କଲ୍ୟାଣୀ ନସିଂହୋମ୍ ସମ୍ମୁଖରେ ଅବସ୍ଥିତ ମାରୱାଡି ଯୁବ ମଞ୍ଚ କାର୍ଯ୍ୟାଳୟ ପରିସରରେ ଏହି ଶିବିର ଆୟୋଜିତ ହେବ । ଏଥିରେ ରାଜସ୍ଥାନ ଉଦୟପୁର ର ଫିଜିଓଥେରାପିଷ୍ଟ ରୋହିତ କୁମାର ଯୋଗଦେଇ ଆଣ୍ଠୁ, ଗଣ୍ଠି, ଅଣ୍ଟା, ବେକ ଆଦି ପିଡା ରୋଗର ଚିକିତ୍ସା ଓ ପରାମର୍ଶ କରିବେ । ବିନା ଅସ୍ତ୍ରୋପଚାରରେ ଉପରୋକ୍ତ ରୋଗ ସମେତ ଅନ୍ୟାନ୍ୟ ଜଟିଳ ରୋଗର ଉପଚାର ସେଠାରେ କରାଯିବାର ବ୍ୟବସ୍ଥା କରାଯାଇଛି । ଶିବିର ରୁ ଲାଭ ଉଠାଇବା ପାଇଁ ଅନୁଷ୍ଠାନ ପକ୍ଷରୁ ଜନସାଧାରଣଙ୍କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *