ନୟାଗଡରେ ବିଶାଳ ସ୍ୱାସ୍ଥ୍ୟସେବା ଓ ସଚେତନତା ଶିବିର !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡରେ ମାଗଣା ବିଶାଳ ସ୍ୱାସ୍ଥ୍ୟ ଚିକିତ୍ସା ଏବଂ ସଚେତନତା ଶିବିର ଅନୁଷ୍ଠିତ । ନୟାଗଡ଼ ଜିଲ୍ଲା ପ୍ରଶାସନ ଆନୁକୁଲ୍ୟରେ ତଥା ବିଧାୟକ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୟାଗଡ଼ ମହାବିଦ୍ୟାଳୟ ଠାରେ ଏହି ଶିବିର ଅନୁଷ୍ଠିତ ହୋଇଯାଇଅଛି। ଏହି ଶିବିର କୁ ନୟାଗଡ଼ ଜିଲ୍ଲାପାଳ ଡ. ପୋମା ଟୁଡୁ ପରିଦର୍ଶନ କରିବା ସହ ରୋଗୀ ମାନଙ୍କ ସହ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ସ୍ୱାସ୍ଥ୍ୟ ଶିବିର କୁ ପ୍ରାୟ ତିନି ହଜାରରୁ ଅଧିକ ରୋଗୀ ଆସି ମାଗଣା ଚିକିତ୍ସା ହୋଇଥିଲେ । ରାଜ୍ୟର କୋଡିଏ ଜଣ ନାମିଦାମୀ ଡାକ୍ତର ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଚିକିତ୍ସା କରିବା ସହ ସ୍ୱାସ୍ଥ୍ୟ ସମ୍ବନ୍ଧରେ ସଚେତନତା କରାଇଥିଲେ । ମନ୍ତ୍ରୀ ଡ. ସାହୁ ଙ୍କର ଏହି ନିଆରା ପ୍ରୟାସ କୁ ସାଧାରଣ ରେ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *