ନୟାଗଡ ( ଆୱାଜ ମିଡ଼ିଆ ) – କିଶୋର ମହାପାତ୍ର : ନୟାଗଡ଼ ମହାବିଦ୍ୟାଳୟ ଠାରେ ଇଫକୋ ସାର ସମେତ ଅନ୍ୟାନ୍ୟ ସାର କମ୍ପାନୀ ଦ୍ଵାରା ପ୍ରାୟୋଜିତ ମେଗା ସ୍ୱାସ୍ଥ୍ୟ ଶିବିର ନାମରେ ଘରୋଇ ଡାକ୍ତରଖାନା ଆର୍ମି , ଆପୋଲୋ, କେୟାର ହସ୍ପିଟାଲ ପାଇଁ ମାର୍କେଟିଂ କରାଯାଇଥିବା ଅଭିଯୋଗ ଆଣିଛନ୍ତି ନୟାଗଡ଼ କଂଗ୍ରେସ ଜିଲ୍ଲା ସଭାପତି ଆଇନଜୀବୀ ରଣଜିତ ଦାଶ । ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଘରୋଇ ହସ୍ପିଟାଲ ଗୁଡ଼ିକ ପାଇଁ ଅଭିନବ ଉପାୟରେ ମାର୍କେଟିଂ କରାଯାଇଥିବା ପ୍ରେସ ବାର୍ତ୍ତା ରେ ପ୍ରକାଶ କରିଛନ୍ତି । କୈାଣସି ଯାନ୍ତ୍ରିକ ସରଞ୍ଜାମ ବ୍ୟବହାର ନକରି କେବଳ ପ୍ରେସକ୍ରିପସନ ଦିଆଯାଇ ଭୁବନେଶ୍ୱର ଯାଇ ଟେଷ୍ଟ କରିବାକୁ ପରାମର୍ଶ ଦିଆଯାଉଥିଲା । ଚିକିତ୍ସା କମ ରେଫର୍ ଅଧିକ କରି ବିଭିନ୍ନ ଘରୋଇ ଡାକ୍ତରଖାନା କୁ ପଠାଇବା , ଏହା ପ୍ରଚାର ନୁହେଁ ତ ଆଉ କଣ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଦାଶ ।
ସ୍ୱାସ୍ଥ୍ୟ ସେବା ଶିବିର ବାହାନା : ଅସଲ ଉଦ୍ଦେଶ୍ୟ ପ୍ରଚାର !!!

