ରୋଟାରୀ କ୍ଲବ ଅଫ ତାଳଚେର ଉଦଘାଟିତ !!!

Spread the love

ତାଳଚେର ( ଆୱାଜ ମିଡ଼ିଆ ) – ଜମ୍ବେଶ୍ଵର ପଟ୍ଟନାୟକ : ରୋଟାରୀ କ୍ଲବ ର ନୀତି ଆଦର୍ଶ ଏବଂ ସେବା ମନୋଭାବକୁ ଆପଣେଇ ପାରିଲେ ଜଣେ ପ୍ରକୃତ ରୋଟାରୀଆନ ହୋଇପାରିବ . ବ୍ୟକ୍ତିଗତ ସ୍ତର ଠାରୁ ଉର୍ଦ୍ଧ୍ୱରେ ରହି ସମାଜସେବା କୁ ମଟୋ କରି ସେବା କ୍ଷେତ୍ରରେ ନିଆରା ଉଦାହରଣ ସୃଷ୍ଟି କରିଛି ରୋଟାରୀ କ୍ଲବ – ଅନୁଗୁଳ ଜିଲ୍ଲା ତାଳଚେରର ରୋଟାରୀ ଶାଖା ଉଦଘାଟନ ସମୟରେ ନିଜର ବକ୍ତବ୍ୟରେ ଏକଥା ପ୍ରକାଶ କରିଛନ୍ତି ରୋଟାରୀ କ୍ଲବ ଅଫ ଓଡ଼ିଶାର ଗଭର୍ଣ୍ଣର ବରିଷ୍ଠ ରୋଟାରୀଆନ ଶାନ୍ତନୁ ପାଣି . ରୋଟାରୀ କ୍ଲବ ଅଫ ଇନଫୋସିଟି ଭୁବନେଶ୍ୱରର ପ୍ରତ୍ୟକ୍ଷ ଗାଇଡନାସ ରେ କୋଇଲା ନଗରୀ ତାଳଚେର ରେ ଉଦଘାଟିତ ହୋଇଯାଇଛି ରୋଟାରୀ କ୍ଲବ .

ହୋଟେଲ ଗ୍ରୀନପାର୍କ ପ୍ରେକ୍ଷାଳୟରେ ରେ ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ରୋଟାରୀ ଗଭର୍ଣ୍ଣର ଶାନ୍ତନୁ ପାଣି , ରୋଟାରୀ ଗ୍ରୁପ ର ଫାଷ୍ଟ ଲେଡି ଶ୍ରୀମତୀ ଝରଣା ପାଣି , ବରିଷ୍ଠ ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ , ଦେବାଶିଷ ମିଶ୍ର , ସୁବାଷ ସାହୁ , ସମ୍ବିତ ପ୍ରକାଶ ଦାଶ . ବିଶ୍ୱଜିତ ବରୁଆଁ ପ୍ରମୂଖ ଯୋଗ ଦେଇଥିଲେ . ରୋଟାରୀ କ୍ଲବ ଅଫ ତାଳଚେର ର ସଭାପତି ଅଶୋକ କୁମାର ଦାସ , ସମ୍ପାଦକ ଇଂ ମାନସ ରଞ୍ଜନ ଆଚାର୍ଯ୍ୟ ମଞ୍ଚାସୀନ ଥିବା ସମୟରେ ବରିଷ୍ଠ ରୋଟାରୀଆନ ସୁବାଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ . ନୂତନ ସଦସ୍ୟ ମାନଙ୍କୁ ବ୍ୟାଚ ଏବଂ ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ରୋଟାରୀଆନ ମୀନାକ୍ଷୀ ମିଶ୍ର ଉଦଘୋଷିକା ଭାବରେ ଦାୟିତ୍ୱ ତୁଲାଇଥିଲେ . ରୋଟାରୀ କ୍ଲବ ଅଫ ତାଳଚେର ର ମୁଖପାତ୍ର ଦି ବ୍ଲାକ ଡାଇମଣ୍ଡ ଅତିଥି ମାନଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା .


ଅନୁଗୁଳ ଜିଲ୍ଲାରେ ଆଗରୁ ରୋଟାରୀ ର କ୍ଲବ ଥିଲେ ମଧ୍ୟ ତାଳଚେର ରେ ରୋଟାରୀ ଶାଖା ନଥିଲା . ରୋଟାରୀ କ୍ଲବ ଅଫ ଇନଫୋସିଟି ଭୁବନେଶ୍ୱର ର ପୂର୍ବତନ ସଭାପତି ରୋଟାରୀଆନ ଶୁଭ୍ରାଂଶୁ ତ୍ରିପାଠୀ ମୁଖ୍ୟ ଉପଦେଷ୍ଟା ଭାବରେ ରୋଟାରୀ କ୍ଲବ ଅଫ ତାଳଚେର ଗଠନ ପାଇଁ ବହୁ ପ୍ରଚେଷ୍ଟା କରିଥିବା କଥା ତାଳଚେର ରୋଟାରୀ ଗ୍ରୁପ ର ସଦସ୍ୟ ମାନେ ପ୍ରକାଶ କରିଛନ୍ତି . ସୂଚନା ଯୋଗ୍ୟ ରାଜଧାନୀ ସମେତ ଏହାର ଉପକଣ୍ଠ ଅଞ୍ଚଳରେ ରୋଟାରୀ କ୍ଲବ ଅଫ ଇନଫୋସିଟି ବିଭିନ୍ନ ଲୋକ କଲ୍ୟାଣକାରୀ କାର୍ଯ୍ୟକ୍ରମ ମାନ ଜାରି ରଖିଛି . ଖଣିଜ ପଦାର୍ଥ ଏବଂ ଶିଳ୍ପ ସମୃଦ୍ଧ ତାଳଚେର ଅଞ୍ଚଳରେ ଅନେକ ସାମାଜିକ ସମସ୍ୟା ଥିବାରୁ ଆଗାମୀ ଦିନରେ ରୋଟାରୀ କ୍ଲବ ତରଫରୁ ଏ ଦିଗରେ ବିଶେଷ କାର୍ଯ୍ୟକ୍ରମ ମାନ ଆୟୋଜନ କରାଯିବ ବୋଲି କ୍ଲବ ର ସଭାପତି ଅଶୋକ କୁମାର ଦାସ ଏବଂ ସମ୍ପାଦକ ମାନସ ରଞ୍ଜନ ଆଚାର୍ଯ୍ୟ କହିଛନ୍ତି . ଉଦଘାଟନୀ କାର୍ଯ୍ୟକ୍ରମରେ ବହୁ ପ୍ରତିଷ୍ଠିତ ବ୍ୟକ୍ତି ସଦସ୍ୟତା ଗ୍ରହଣ କରିବା ଦେଖା ଯାଇଥିଲା . ନୂତନ ସଦସ୍ୟ ମାନଙ୍କୁ ରୋଟାରୀ ବ୍ୟାଚ ପ୍ରଦାନ କରି ସ୍ୱାଗତ କରିଥିଲେ ଅତିଥି ମାନେ , ସେହିପରି ତାଳଚେର ରୋଟାରୀ ଗ୍ରୁପ ତରଫରୁ ଅତିଥି ମାନଙ୍କୁ ସ୍ମରଣିକା ଏକ ବିଭିନ୍ନ ସ୍ମୃତି ସ୍ୱିକାରୋକ୍ତି ପ୍ରଦାନ କରାଯାଇଥିଲା .

Leave a Reply

Your email address will not be published. Required fields are marked *