ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ପାରଳାଖେମୁଣ୍ଡି ସ୍ଥିତ ସ୍ଥାନୀୟ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ଏଡ଼ସ ସଚେତନତା ସଭାର ଆୟୋଜନ କରାଯାଇଥିଲା । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡକ୍ଟର ରୀନାରାଣୀ ସାହୁ ଅଧ୍ୟକ୍ଷତା କରିବା ସହ ଛାତ୍ରୀ ମାନଙ୍କୁ ଏଡ଼ସ ଏକ ସାମାଜିକ ବ୍ୟାଧି । ରୋଗୀକୁ ନୁହେଁ ରୋଗକୁ ଘୃଣା କର। ସଚେତନତା ହିଁ ଏହାର ଅମୋଘ ଅସ୍ତ୍ର ଓ ଏହି ସଂକ୍ରମଣକୁ କିପରି ରୋକାଯାଇ ପାରିବ ସେ ଉପରେ ନିଜ ବକ୍ତବ୍ୟ ରଖିଥିଲେ । ସେହିପରି ଆୟୋଜିକା ଏନଏସଏସ ଅଧିକାରୀ ଡକ୍ଟର ଭାରତୀ ପାଣିଗ୍ରାହୀ ଛାତ୍ରୀ ମାନଙ୍କୁ ଏଡ଼ସ ରୋଗୀର ଲକ୍ଷଣ ସହ ଏହାର ଭୟାଭୟତା ଓ ସଚେତନତା ଦ୍ୱାରା ଏହା ସମ୍ଭବ ବୋଲି କହିଥିଲେ । ଶେଷରେ ଯୁବ ରେଡ଼କ୍ରସ ଅଧିକାରୀ ସୁଶ୍ରୀ ମଧୁସ୍ମିତା ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଏହି କାର୍ଯ୍ୟକ୍ରମରେ ସମସ୍ତ ଅଧ୍ୟାପିକା ଓ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।