ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କର ପୀଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିର ଚତୁଃପାର୍ଶ୍ଵ ସଫେଇ !!!

Spread the love

ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘ ତରଫରୁ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବ ଙ୍କର ପୀଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିର ଚତୁଃପାର୍ଶ୍ଵ ସଫେଇ କରାଯାଇଛି . ଅନୁଷ୍ଠାନର ରାଜ୍ୟ ସଭାପତି ପରମ ଶୈବ ଲଳିତ ମହାପାତ୍ର ଓ ରାଜ୍ୟ ସମ୍ପାଦକ ଆଚାର୍ଯ୍ୟ ବି. କେ. ମହାପାତ୍ରଙ୍କର ପରାମର୍ଶ କ୍ରମେ କଟକ ଜିଲ୍ଲା ଅନ୍ତର୍ଗତ ବାଙ୍କୀ ବ୍ଲକ ର ରତାଗଡ ଗ୍ରାମରେ ଥିବା ବହୁ ପୁରାତନ ଶୈବ ପୀଠ ଶ୍ରୀ ଶ୍ରୀ ସ୍ଵପ୍ନେଶ୍ଵର ମହାଦେବଙ୍କ ପୀଠରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ ଓ ମନ୍ଦିରର ଚତୁଃପାର୍ଶ୍ଵରେ ଥିବା ଅଳିଆ ସାଙ୍ଗକୁ ଅନାବନା ଘାସ ସଫା କରାଯାଇଛି . କାର୍ଯ୍ୟକ୍ରମରେ କଟକ ଜିଲ୍ଲା ର ସଭାପତି ପରମ ଶୈବ ମାନସ ରଞ୍ଜନ ରଣା ଓ ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଙ୍କ ସହିତ ଜିଲ୍ଲା ମୁଖପାତ୍ର ବିରୂପାକ୍ଷ ରଣା, ଉପ-ସଭାପତି ରାକେଶ ମହାପାତ୍ର , ପୀତବାସ ରଣା , ବିବିନ୍ଦ୍ର କୁମାର ରଣା , ସହ ସମ୍ପାଦକ ଗୟାଧର ରଣା, ପରିଚାଳକ ସଦସ୍ୟ ସୁନୀଲ ମହାପାତ୍ର, ଅନନ୍ତ ରଣା, ଆଠଗଡ଼ ବ୍ଲକ ର ସମ୍ପାଦକ ପ୍ରକାଶ ରଣା , ବିପିନ ବିହାରୀ ମହାପାତ୍ର, ଭାସ୍କର ରଣା, ବିରଞ୍ଚି ନାରାୟଣ ରଣା ଙ୍କ ସହିତ ଉକ୍ତ ଅଞ୍ଚଳରେ ଥିବା ସମସ୍ତ ଶୈବ ପୂଜକ ମାନେ ଉପସ୍ଥିତ ରହିଥିଲେ . ସଫେଇ କାର୍ଯ୍ୟ ପରେ ଆୟୋଜିତ ବୈଠକରେ ଆଗାମୀ ଦିନରେ ହେବାକୁ ଥିବା ବ୍ରତୋପନୟନ ଓ ଦୀକ୍ଷିତ ବିଷୟରେ ଆଲୋଚନା କରାଗଲା .

Leave a Reply

Your email address will not be published. Required fields are marked *