ବାଲିଗୁଡା ରୁ ଉଦ୍ଧାର ହେଲେ ଗଣିଆ ମହାବିଦ୍ୟାଳୟ ଛାତ୍ରୀ !!!

Spread the love

ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ୱଜିତ ବାରିକ : ପୋଲିସ ର ବହୁ ସଂଘର୍ଷ ପରେ ଉଦ୍ଧାର ହେଲେ ଗଣିଆ କଲେଜ ର ଛାତ୍ରୀ . କନ୍ଧମାଳ ଜିଲ୍ଲା ବାଲିଗୁଡା ରୁ ଛାତ୍ରୀ ଜଣଙ୍କୁ ଉଦ୍ଧାର କରଯାଇଛି . ତେବେ ଘଟଣା ସ୍ଥଳରୁ ଦୁର୍ବୁତ୍ତ ହୋଇଯାଇଛନ୍ତି ଫେରାର, ଗଣିଆ ପୋଲିସ ର ତଦାନ୍ତ ଜରି l ଗଣିଆ ସମବାୟ ମହାବିଦ୍ୟାଳୟର ଛାତ୍ରୀ କଲେଜ ଯାଉଥିବା ବେଳେ ଅଜଣା କାରରେ କିଛି ଦୁର୍ବୁତ୍ତ ଆସି ଛାତ୍ରୀ କୁ ଉଠାଇ ନେଇଥିଲେ . କଲେଜ ସାମ୍ନାରୁ ଏକ ନମ୍ବର ବିହୀନ କାରରେ ଅପହରଣ କରି ଫେରାର ହୋଇ ଯାଇଥିଲେ ଦୁର୍ବୁତ୍ତ l ଖବର ପାଇ ଘଟଣା ସ୍ଥଳରେ ଗଣିଆ ପୋଲିସ ଏବଂ ସ୍ଥାନୀୟ ତହସିଲଦାର ପହଞ୍ଚି ତୁରନ୍ତ ଘଟଣାକୁ ଅନୁଧ୍ୟାନ କରିବା ସହିତ ଛାତ୍ରୀ ଜଣଙ୍କର ମୋବାଇଲ ନମ୍ବରକୁ ଟ୍ରାକିଙ୍ଗ କରିବା ସହ ଦଶପଲ୍ଲା ଏବଂ ନୟାଗଡ ପୋଲିସକୁ ସୂଚନା ଦେଇଥିଲେ . ତେବେ ସମସ୍ତଙ୍କ ମିଳିତ ସହଯୋଗରେ ଅପହୃତ କଲେଜ ଛାତ୍ରୀଙ୍କୁ ବିଳମ୍ବିତ ରାତିରେ ସୁରକ୍ଷିତ ଅବସ୍ଥାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରୁ ଉଦ୍ଧାର କରାଯାଇଛି । ଘଟଣା ସ୍ଥଳରୁ ଦୁର୍ବୁତ୍ତ ମାନେ ଫେରାର ହୋଇ ଯାଇଥବା ବେଳେ, ଏକ ତରଫା ପ୍ରେମକୁ ନେଇ ଛାତ୍ରୀ ଅପହରଣ ହୋଇଥିଲେ ବୋଲି ନୟାଗଡ ଆଡିସନାଲ ଏସପି ଉମାକାନ୍ତ ମଲିକ ସୂଚନା ଦେଇଛନ୍ତି . ଅଭିଯୁକ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ପ୍ରୟାସ ଜାରି ରଖିଥିବା ବେଳେ , ଆଜି ଗଣିଆ ପୋଲିସ ଉଦ୍ଧାର ହୋଇ ଥିବା + ୩ଛାତ୍ରୀଙ୍କୁ ଆଣି ଅଧିକ ତଦନ୍ତ ପାଇଁ ପଚାଉଚରା କରୁଛି l

Leave a Reply

Your email address will not be published. Required fields are marked *