ପିଙ୍ଗୁଆ ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ !!!

Spread the love

ଢେଙ୍କାନାଳ ( ଆୱାଜ ମିଡ଼ିଆ ) – ରଞ୍ଜିତ ବେହେରା : ପିଙ୍ଗୁଆ ମିନି ଷ୍ଟ।ଡିୟମରେ ଆଜି ଷଷ୍ଠ ବାର୍ଷିକ ପ୍ରମୋଦ କୁମାର ସିଂହ କ୍ରିକେଟ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ମ୍ୟାଚରେ ବାଘୁଆବେଣା କ୍ରିକେଟ ଟିମକୁ ହରାଇ ଗଁଦିଆ କ୍ରିକେଟ ଟିମ ଚମ୍ପିୟନ ହୋଇଛି । ଟସ ଜିତି ଗଁଦିଆ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୧୮ ଓଭରରେ ୮ ୱିକେଟ ହରାଇ ୨୪୫ ରନ ସଂଗ୍ରହ କରିଥିଲା । ଜବାବରେ ବାଘୁଆବେଣl ତାର ସମସ୍ତ ୱିକେଟ ୨୩୮ ରନ ସଂଗ୍ରହ କରିଥିଲା । ଏହି ମ୍ୟାଚରେ ଗଁଦିଆ ର ମନୋଜ ସେଠୀଙ୍କୁ ମ୍ୟାନ ଆଫ ଦି ମ୍ୟାଚ ଏବଂ ବାଘୁଆବେଣ।ର ରବିନ୍ଦ୍ର ନାୟକଙ୍କୁ ମ୍ୟାନ ଅଫ ଦି ଟୁର୍ଣ୍ଣାମେଣ୍ଟ ପୁରସ୍କାର ପ୍ରଦାନ କରାଯାଇଛି ।

Leave a Reply

Your email address will not be published. Required fields are marked *