ଆଠଗଡ ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : କଟକ ଜିଲ୍ଲା ଆଠଗଡ଼ ର ପ୍ରସିଦ୍ଧ ଗୋବିନ୍ଦ ମନ୍ଦିରରେ ଥିବା ସିଦ୍ଧେଶ୍ଵରଙ୍କ ନିକଟରେ ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ ଆୟୋଜିତ ହୋଇଯାଇଛି . ଆଠଗଡ଼, ତିଗିରିଆ, ବଡ଼ମ୍ବା, ନରସିଂହପୁର ଓ ବାଙ୍କୀ ଅଞ୍ଚଳର ଶୈବ ପୂଜକ ମାନେ ବୈଠକରେ ଉପସ୍ଥିତ ଥିଲେ . ଆଗାମୀ ଦିନରେ ହେବାକୁ ଥିବା ବ୍ରତୋପନୟନ ଓ ଦୀକ୍ଷିତ ବିଷୟରେ ଆଲୋଚନା କରାଗଲା . କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କଟକ ଜିଲ୍ଲା ସଭାପତି ପରମ ଶୈବ ମାନସ ରଞ୍ଜନ ରଣା, ରାଜ୍ୟ ସାଂସ୍କୃତିକ ସମ୍ପାଦକ ଦେବୀଦତ୍ତ ମହାପାତ୍ର , ଜିଲ୍ଲା ସମ୍ପାଦକ ସନ୍ତୋଷ କୁମାର ମହାପାତ୍ର ଙ୍କ ସମେତ ଜିଲ୍ଲା ମୁଖପାତ୍ର ବିରୂପାକ୍ଷ ରଣା, ଉପ-ସଭାପତି ରାକେଶ ମହାପାତ୍ର , ପୀତବାସ ରଣା, ବିବିନ୍ଦ୍ର କୁମାର ରଣା ଓ ସହ ସମ୍ପାଦକ ଗୟାଧର ରଣା , ପରିଚାଳକ ସଦସ୍ୟ ସୁନୀଲ ମହାପାତ୍ର , ଅନନ୍ତ ରଣା, ଆଠଗଡ଼ ବ୍ଲକ ର ସମ୍ପାଦକ ପ୍ରକାଶ ରଣା, ଦୀନବନ୍ଧୁ ରଣା , ବିପିନ୍ ବିହାରୀ ମହାପାତ୍ର ଙ୍କ ସହିତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ |
ଉତ୍କଳ ଶିବ ଶକ୍ତି ମନ୍ଦିର ପୂଜକ ସଙ୍ଘର ଜିଲ୍ଲା ସ୍ତରୀୟ ବୈଠକ !!!

