ହଜିଯାଇଛି ଶୈଶବର ଚପଳତା ….

Spread the love

ଡମପଡା ( ଆୱାଜ ମିଡ଼ିଆ ) – ସୁବ୍ରତ କୁମାର ନାୟକ : ଜୀବନ ଆଉ ଜୀବିକାକୁ ନେଇ ମଣିଷ ଆଜି ନିଜର ନୈତିକତା ଓ କର୍ତ୍ତବ୍ୟକୁ ଠିକ୍ ଢଙ୍ଗରେ ବ୍ୟବହାର କରୁ ନଥିବାର ମନେହୁଏ । ବାଙ୍କୀ ଡମପଡା ବ୍କକର ବିଭିନ୍ନ ପଞ୍ଚାୟତରେ ଯାଯାବର ଜୀବନ ବିତାଉଥିବା ବିହାରରୁ ଆସିଥିବା ପରିବାର ମାନଙ୍କର ଅତି କମ୍ ବୟସର ଝିଅ ମାନଙ୍କ ଦୁଃସାହସିକ ଖେଳ ଦେଖିଲେ ମନ ବ୍ୟସ୍ତ ଲାଗେ । ଏମିତି ଏକ ଦୃଶ୍ୟ ମକୁନ୍ଦପୁର ଗ୍ରାମର ବାଙ୍କୀ କଟକ ମୁଖ୍ୟ ରାସ୍ତାରେ ଶହ ଶହ ଲୋକଙ୍କ ଉପସ୍ଥିତିରେ ଦେଖିବାକୁ ମିଳିଥିଲା । ଯାହାବି କେହି ଜଣେ ସୁସ୍ଥ ମାନସିକତାଧାରୀ ବ୍ୟକ୍ତି ର ମନକୁ ବ୍ୟସ୍ତ ଆଉ ବିବ୍ରତ କରାଇବ । ଜୀବନ ଆଉ ଜୀବିକା ପାଖରେ ବନ୍ଧା ପଡିଛି ଶୈଶବ । ବହୁ ସାମାଜିକ କର୍ମି ଏବଂ ବୁଦ୍ଧିଜୀବୀ ଏହି ବାଉଁଶରାଣୀର ଯନ୍ତ୍ରଣାଦାୟୀ ଖେଳକୁ ଦେଖି ଉପଭୋଗ କରନ୍ତି । କିନ୍ତୁ ପ୍ରତିବାଦ କରନ୍ତି ନାହିଁ । ରାଜ୍ୟ ସରକାରଙ୍କ ଶିଶୁ ସୁରକ୍ଷା ଆୟୋଗ ମଧ୍ୟ ଏପରି କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲଗାଉ ନାହାନ୍ତି । ଗୋଟେ ସୁସ୍ଥ ଗଣତାନ୍ତ୍ରିକ ପଦ୍ଧତି ଆମ ସମାଜ ଭିତରେ ଭଲସେ ବଞ୍ଚିବା ପାଇଁ ଅନେକ ସୁଯୋଗ ଅଛି । କିନ୍ତୁ ଶୈଶବ କୁ ନେଇ ଏପରି ଢଙ୍ଗରେ ବଞ୍ଚିବାର ବ୍ୟବସ୍ଥା ଉପରେ ଆମ ରାଜ୍ୟ ସରକାର ରୋକ ଲଗାନ୍ତୁ ।

Leave a Reply

Your email address will not be published. Required fields are marked *