ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ-କଟକ ରାସ୍ତାରେ ତ୍ରିଶୂଳିଆ ଠାରୁ ବାଙ୍କୀ ରାସ୍ତାର ଉଭୟ ପାଶ୍ୱର୍ ନିକାଞ୍ଚନ ଓ ବନଜଙ୍ଗଲ ଓ ମହାନଦୀ ଅବସ୍ଥିତ । ବାଙ୍କୀ ନିର୍ବାଚନୀ ମଣ୍ଡଳୀ ବାରଙ୍ଗ,ବାଙ୍କୀ ଓ ଡମପଡ଼ା ବ୍ଲକ କୁ ନେଇ ଗଠିତ । ଦୈନିକ ଶହ ଶହ ବାଲିଗାଡି, ଯାନବାହନ, ବସ୍, ପଥଚାରୀ ଓ ସାଇକେଲ ଆରୋହୀ ଏହି ରାସ୍ତାରେ ଚଳପ୍ରଚଳ କରୁଛନ୍ତି । ରାଜ୍ୟର ଅନ୍ୟ ସମସ୍ତ ଦୁର୍ଗମ ଅଞ୍ଚଳକୁ ଆଲୋକିକରଣ ବ୍ୟବସ୍ଥା ଥିବା ବେଳେ ଏହି ରାସ୍ତାରେ ତାହା ଦେଖିବାକୁ ମିଳିନାହିଁ । ସମ୍ଭଲପୁର, ବଲାଙ୍ଗିର , ଢ଼େଙ୍କାନାଳ, ଅନୁଗୁଳ, ଖୋର୍ଦ୍ଧା, କଣ୍ଟିଲୋ, ନୟାଗଡ଼ ଅଞ୍ଚଳକୁ ଏହି ରାସ୍ତା ସଂଲଗ୍ନ କରିଥାଏ । ଚନ୍ଦକା-ଡମପଡ଼ା ଅଭୟାରଣ୍ୟର ଏକ ପାଶ୍ୱର୍ରେ ଏହି ରାସ୍ତା କଡରେ ଅବସ୍ଥିତ । ଏହି ରାସ୍ତାରେ ହାତୀ ଚଲା ପଥ ଥିବାରୁ ଅନେକ ଭୟରେ ଆତଙ୍କିତ ଅବସ୍ଥାରେ ଯାତ୍ରା କରୁଛନ୍ତି । ରାସ୍ତାରେ ଥିବା ହମ୍ପସ୍ରେ ଧଳା ଦାଗ ନଥିବାରୁ ବହୁଲୋକ ଦୁର୍ଘଟଣାର ଶିକାର ହେଉଛନ୍ତି । ଦୈନନ୍ଦିନ ଏହି ରାସ୍ତା ସଂଧ୍ୟାବେଳେ ନିଶାଖୋର, ଚୋରଙ୍କ ଆଡ୍ଡାସ୍ଥଳି ପାଲଟିଥାଏ । ଏହି ରାସ୍ତା ଦେଇ ହାତୀମାନେ ଯାତାୟତ କରୁଛନ୍ତି । ଏହି ରାସ୍ତାରେ ଆଲୋକିକରର କରାଗଲେ ବହୁଲୋକ ସୁବିଧାରେ ଯାତାୟତ କରିପାରିବେ । ଏ ସଂପର୍କରେ ଅଦୈତ୍ୟ ଫାଉଣ୍ଡେସନର ମହାସଚିବ ନଳିନୀ ରାୟ ରାଜ୍ୟ ସରକାର, ୫-ଟି ସଚିବ , ମୋ ସରକାର ଏବଂ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଏ ସଂପର୍କରେ ବାଙ୍କୀ ବିଧାୟକ ତଥା ରାଜ୍ୟ ଛାତ୍ର ବିଜେଡି ସଭାପତି ଦେବୀରଞ୍ଜନ ତ୍ରିପାଠୀଙ୍କ ଦୃଷ୍ଟି ଆକର୍ଷଣ କରିବାରେ ସେ କହିଲେ ଏ ସଂପର୍କରେ ମୁଁ ଅବଗତ ଅଛି ଏବଂ ଖୁବ୍ ଶୀଘ୍ର ଏହା ଉପରେ ପଦକ୍ଷେପ ନେବା ପାଇଁ ରାଜ୍ୟ ସରକାରଙ୍କ ଦୃଷ୍ଟି ଗୋଚର କରାଯିବ ।
ବାଙ୍କୀ – ତ୍ରିଶୂଳିଆ ରାସ୍ତାକୁ ଆଲୋକୀକରଣ ପାଇଁ ଦାବୀ !!!

