ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ରବିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ଘଟିଛି ଦୁଇଟି ପୃଥକ ଦୁର୍ଘଟଣା . ନିଶ୍ଚିନ୍ତକୋଇଲି ଅଞ୍ଚଳ ରେ ପୃଥକ ପୃଥକ ଭାବେ ଦୁଇଟି ଦୁର୍ଘଟଣାରେ ଦୁଇ ଜଣ ଯୁବକ ଙ୍କ ମୃତ୍ୟୁ ଘଟିଛି | କେନ୍ଦୁ ପାଟଣା ଜଳସମ୍ପଦ ବିଭାଗ ଅଧିନ ରେ ଥିବା ୮ ନମ୍ବର କେନାଲ ବନ୍ଧ ର ଯହିଁଆ ଛକ ନିକଟରେ ଗୋତରା ଗ୍ରାମ ର ଅରୁଣ କୁମାର ଦାଶଙ୍କୁ ଏକ ଅଜଣା ଗାଡି ଧକ୍କା ଦେବାରୁ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା | ସେହିପରି କଟକ ଚାନ୍ଦବାଲି ରାସ୍ତା ର ମଧୁବନ ନିକଟ ରେ ଏକ ଅଜଣା ଗାଡ଼ି ଧକ୍କାରେ ନରେନ୍ଦ୍ରପୁର ଗ୍ରାମ ର ବାଇକ ଚାଳକ ବୀରେଦ୍ର ସିଂହଙ୍କ ମୃତ୍ୟୁ ଘଟିଛି | ଦୁର୍ଘଟଣା ପରେ ଉଭୟ ଙ୍କୁ ନିଶ୍ଚିନ୍ତକୋଇଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଭର୍ତ୍ତି କରାଯାଇଥିଲା | ସେଠାରେ ଡାକ୍ତର ଉଭୟ ଙ୍କୁ ମୃତ ଘୋଷଣା କରିଥିଲେ | ମାହାଙ୍ଗା ଓ ନିଶ୍ଚିନ୍ତକୋଇଲି ଥାନା ପୁଲିସ ଉଭୟ ଙ୍କ ଶବକୁ ଜବତ କରି ବ୍ୟବଛେଦ ନିମନ୍ତେ କଟକ ବଡ ଡାକ୍ତରଖାନା କୁ ପଠାଇ ତଦନ୍ତ ଆରମ୍ଭ କରିଛନ୍ତି ||
ଅଜଣା ଗାଡି ଧକ୍କାରେ ଦୁଇ ପୃଥକ ଦୁର୍ଘଟଣା : ଦୁଇ ମୃତ !!!

